Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରପାରିରେ ବଲିଉଡ ଅଭିନେତା ଇରଫାନ ଖାନ

29/04/2020 at 11:41 AM

ମୁମ୍ବାଇ ୨୯/୦୪ : ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁ ହୋଇଛି | ମଙ୍ଗବାର ସକାଳୁ ସେ ନିଜ ଘର ବାଥରୁମରେ ପଡି ଯାଇଥିଲେ | ଫଳରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା | ତାଙ୍କୁ ତୁରନ୍ତ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେ ଆଇସିୟୁରେ ଭର୍ତ୍ତି ଥିଲେ | ଡାକ୍ତରଙ୍କ କହିବାନୁଯାୟୀ, କଲୋନ ଇନଫେକ୍ସନ ଯୋଗୁଁ ତାଙ୍କର ସମସ୍ୟା ବଢି ଯାଇଥିଲା | ସେ ଏହା ପୂର୍ବରୁ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପୀଡିତ ଥିଲେ | ଲଣ୍ଡନରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ସେ ଦେଶକୁ ଫେରିଥିଲେ | ୫୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି |

   Related Posts