Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଲିଉଡରେ ଶୋକର ଛାୟା : ଟ୍ୱିଟ୍ କରି ଇରଫାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତାଭ୍, ଅନୁପମ୍, କେଜ୍ରିୱାଲ୍

29/04/2020 at 12:38 PM

ମୁମ୍ବାଇ ୨୯/୦୪ : ଦେଶ ବର୍ତମାନ ମହାମାରୀ କରୋନା ସହ ସଂଘର୍ଷ କରୁଥିବାବେଳେ ମୁମ୍ବାଇରୁ ଆସିଛି ଦୁଖଦ ଖବର | ନିଜର ଅଭିନୟ ଦକ୍ଷତାରେ ଦର୍ଶକଙ୍କ ମନ ମୋହୁଥିବା ବଲିଉଡ ଅଭିନେତା ଇରଫାନ ଖାନ ଆଉ ନାହାନ୍ତି | ୫୩ ବର୍ଷ ବୟସରେ ଆଜି ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି | ଇରଫାନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଅନେକ ଅଭିନେତା, ଅଭିନେତ୍ରୀ, ନିର୍ଦେଶକ, ଫିଲ୍ମ ନିର୍ମାତା ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି | ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲ ପର୍ଯ୍ୟନ୍ତ ଇରଫାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

ଅମିତାଭ ଟ୍ୱିଟ କରି କହିଛନ୍ତି ଯେ, ‘ଇରଫାନଙ୍କ ମୃତ୍ୟୁ ଖବର ଶୁଣି ସେ ଅତ୍ୟନ୍ତ ମର୍ମାହତ | ସେ ଜଣେ ଦକ୍ଷ କଳାକାର ଥିଲେ | ଫିଲ ଦୁନିଆରେ ତାଙ୍କର ଯୋଗଦାନ ସ୍ମରଣୀୟ | ସେ ବହୁତ ଜଲ୍ଦି ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି |’

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଟ୍ୱିଟ କରି କହିଛନ୍ତି ଯେ, ‘ଭାରତର ନାମୀ ଅଭିନେତାଙ୍କ ମଧ୍ୟରେ ଇରଫାନ ଜଣେ | ତାଙ୍କ ନିଧନ ଖବର ଅତ୍ୟନ୍ତ ଦୁଖଦ | ଭଗବାନ ତାଙ୍କ ପରିବାରକୁ ସହାୟ ହେଉ |’

ଇରଫାନଙ୍କ ନିଧନରେ କବି କୁମାର ବିଶ୍ୱାସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି | ସେ ଟ୍ୱିଟ କରି କହିଛନ୍ତି ଯେ, ପ୍ରଥା, ହାସିଲ ଭଳି ଫିଲ୍ମରୁ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଇରଫାନ ଜଣେ ଗ୍ଲୋବାଲ ଅଭିନେତା | ସେ ଏକ ଛୋଟ କବିତା ମାଧ୍ୟମରେ ଇରଫାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ସେ ଲେଖିଛନ୍ତି, ‘ରହନେ କୋ ସଦା ଦହର ମେଁ ଆତା ନହିଁ କୋଇ, ତୁମ ଜୈସେ  ଗଏ ଏସେ ଭି ଜାତା ନହିଁ କୋଇ | ଏକ ବାର ତୋ ଖୁଦ ମୌତ ଭି ଘବରା ଗୟି ହୋଗି, ୟୁଁ ମୌତ କୋ ସିନେ ସେ ଲଗାତା ନାହିଁ କୋଇ’ 

ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟରରେ ଏକ ଭିଡିଓ ସେୟାର କରି ଇରଫାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ସେ କହିଛନ୍ତି, “ଜଣେ ଭଲ ମିତ୍ର, ଅଦ୍ଭୁତ କଳାକାର ଓ ଅଭିନେତାଙ୍କ ନିଧନ ଠାରୁ ଦୁଖଦ ଖବର ଆଉ କିଛି ହୋଇନପାରେ | ତାଙ୍କ ଆତ୍ମାର ସଦ୍ଗତି ହେଉ |”

   Related Posts