Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ଭାଇରସର ମୁକାବିଲା ପାଇଁ ପଠାନ ଭ୍ରାତା ଦାନ କଲେ ୪୦୦୦ ମାସ୍କ

23/03/2020 at 10:19 PM

ବଦୋଦରା ୨୩।୦୩:  ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଓ ତାଙ୍କ ଭାଇ ୟୁସୁଫ ପଠାନ କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ ମାନବିକତା ଆଧାରରେ ୪୦୦୦ ମାକ୍ସ ଦାନ  କରିଛନ୍ତି। ଭାରତ ପାଇଁ ୨୯ଟି ଟେଷ୍ଟ ଓ ୧୨୦ ଦିନିକିଆ ଖେଳିଥିବା ଇରଫାନ ୟୁସୁଫଙ୍କୁ ଟ୍ୟାଗ୍ କରି ଟୁଇଟ୍ କରିଛନ୍ତି, ସମାଜ ପାଇଁ ନିଜର ଯୋଗଦାନ କରୁଛୁ। ଯିଏ ବି ଏମିତି କରୁ ପାରୁଛି ଦୟା କରି ଆଗକୁ ବଢନ୍ତୁ ଏବଂ ଅନ୍ୟଙ୍କୁ ସାହାଯ୍ୟ କରନ୍ତୁ, ମାତ୍ର ଭିଡ କରନ୍ତୁ ନାହିଁ।

ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଏହା ଏକ ଛୋଟ ପ୍ରୟାସ ଏବଂ ଆଶା କରୁଛି ଯେ, ଆମେ ଆହୁରି ସାହାଯ୍ୟ କରି ପାରିବୁ। ଇରଫାନ ଏହା ସହିତ ଏକ ଭିଡିଓ ମେସେଜରେ କହିଛନ୍ତି ଯେ, ସେ ଓ ତାଙ୍କ ଭାଇ ମହସୁଦ ଖାନ ପଠାନ ଚାରିଟେବଲ ଟ୍ରଷ୍ଟ ନାମରେ ମାସ୍କ କିଣିଛନ୍ତି। ଏହି ଟ୍ରଷ୍ଟର ସଞ୍ଚାଳନ ତାଙ୍କ ପିତା କରନ୍ତି। ଏହି ସବୁ ମାସ୍କକୁ ବଦୋଦରା ସ୍ଵାସ୍ଥ୍ୟ ବିଭାଗକୁ ଦିଆଯାଇଛି। ସେମାନେ ଗରିବ ଲୋକଙ୍କ ମଧ୍ୟରେ ଏହାକୁ ବିତରଣ କରିବେ।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦେଶର ଅର୍ଦ୍ଧେକ ଜନସଂଖ୍ୟା ସଂପ୍ରତି ଲକଡାଉନରେ ଅଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଥିବା ବେଳେ ସାତ ଜଣଙ୍କ ମୃତ୍ୟୁ ଘଟିଛି।

   Related Posts