Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କରୋନା ସହ ଲଢିବା ପାଇଁ ଏହି ଦେଶର ପ୍ରଧାନମନ୍ତ୍ରୀ ସୃଷ୍ଟି କଲେ ଉଦାହରଣ, ନିଜେ ଡାକ୍ତର ଭାବେ କରିବେ ଚିକିତ୍ସା

6/04/2020 at 10:52 AM

ନୂଆଦିଲ୍ଲୀ, ୦୬|୦୪: ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ବିଭିନ୍ନ ଦେଶ ଏହାର ମୁକାବିଲା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆୟାରଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବରଡକର୍ ନିଜେ ଡାକ୍ତର ଭାବେ ସଂକ୍ରମିତଙ୍କ ଚିକିତ୍ସା କରିବେ ବୋଲି ଘୋଷଣା କରିଛନ୍ତି ।

ଆୟାରଲାଣ୍ଡ ପ୍ରଧାନମନ୍ତ୍ରୀ ବରଡକର ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଡାକ୍ତର ଭାବେ କାମ କରୁଥିଲେ । ସେ ୭ ବର୍ଷ ଯାଏଁ ଜେନେରାଲ ପ୍ରୋକ୍ଟିସନର୍ ଭାବେ କାର୍ଯ୍ୟ କରିଛନ୍ତି । ସେ ୨୦୧୩ରେ ମେଡିକାଲ ପ୍ରଫେସନ ଛାଡି ୨୦୧୪ରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ରାଜନୀତି ଆରମ୍ଭ କରିଥିଲେ ।

ଆୟାରିସ୍ ଟାଇମ୍ସ ଅନୁସାରେ, କରୋନା ଭାଇରସ ମାମଲା ବୃଦ୍ଧି ପାଇବା ପରେ ସେ ପୁଣିଥରେ ମେଡିକାଲ ପ୍ରଫେସନରେ ରେଜିଷ୍ଟ୍ରେସନ କରିଛନ୍ତି । ସେ ଡାକ୍ତର ଭାବେ ସେବା କରିବେ । ସେ ଏହି ସମୟରେ ନିଷ୍ପତ୍ତି ନେଇଛନ୍ତି ଯେତେବେଳେ ଆୟାରଲାଣ୍ଡ ହେଲଥ୍ ସର୍ଭିସ୍ ଏକଜ୍ୟୁକୁଟିଭ୍ ପୂର୍ବତନ ସ୍ୱାସ୍ଥ୍ୟକର୍ମୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ନିଷ୍ପତ୍ତି ନେଇଛି । ୪୧ ବର୍ଷୀୟ ବରଡକର ଏକ ଡାକ୍ତର ପରିବାରରୁ ଆସିଛନ୍ତି ।ତାଙ୍କ ପିତା ଭାରତୀୟ ଡାକ୍ତର ଥିଲେ । ତାଙ୍କ ମାଆ ମଧ୍ୟ ଆୟାରଲାଣ୍ଡର ନର୍ସ ଥିଲେ ।

   Related Posts