କରୋନା ଚିକିତ୍ସା କରିବା ପାଇଁ ପୁଣିଥରେ ଡାକ୍ତର ହେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 06, 2020 IST

ଇଂଲଣ୍ଡ ନିକଟରେ ରହିଛି ଏକ ଦେଶ ଆୟାରଲ୍ୟାଣ୍ଡ | ଏହା ଗ୍ରେଟ ବ୍ରିଟେନର ଏକ ଅଂଶ | ଆୟାରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଲିୟୋ ବରାଡକର | ପେସାରେ ସେ ଜଣେ ଡାକ୍ତର | ବର୍ତ୍ତମାନ କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇଛି | ଆୟାରଲ୍ୟାଣ୍ଡରେ ମଧ୍ୟ କରୋନା କାୟା ବିସ୍ତାର କରିଛି | କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ଲିୟୋ ପୁଣିଥରେ ଡାକ୍ତରୀ ପେସାକୁ ଆପଣେଇଛନ୍ତି | ସପ୍ତାହକୁ ଦିନେ ସେ ଡାକ୍ତର ହୋଇ କରୋନା ରୋଗୀଙ୍କ ଚିକିତ୍ସା କରିବେ |

{"id":249985,"sizeSlug":"large"}

ସରକାରଙ୍କ ପ୍ରବକ୍ତା କହିଛନ୍ତି ଯେ, ଲିୟୋଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ କିଛି ବନ୍ଧୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଛନ୍ତି | ତାଙ୍କ ପାର୍ଟନର ମେଥୟୁ ବାରେଟ ସର୍ଜନ ଅଛନ୍ତି | ସେ ଡବଲିନ ହସ୍ପିଟାଲରେ କାମ କରନ୍ତି | ତାଙ୍କ ଦୁଇ ଭଉଣୀ ଏବଂ ସ୍ୱାମୀ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାମ କରନ୍ତି | ପ୍ରଧାନମନ୍ତ୍ରୀ ଲିୟୋ ମଧ୍ୟ ବର୍ତ୍ତମାନ ଚିକିତ୍ସା କରିବାକୁ ଚାହୁଁଛନ୍ତି | ଲିୟୋ କରୋନା ରୋଗୀଙ୍କୁ ସମ୍ପର୍କ କରିବେ | କିନ୍ତୁ ସେ କରୋନା ରୋଗୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବେ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେବେ |

{"id":249987,"sizeSlug":"large"}

ଲିୟୋ ବରାଡ଼କର ୭ ବର୍ଷ ପର୍ଯ୍ୟନ୍ତ ଡାକ୍ତର ଥିଲେ | କିନ୍ତୁ ରାଜନୀତିରେ ପ୍ରବେଶ କରିବା ପରେ ସେ ଡାକ୍ତରୀ ଛାଡି ଦେଇଥିଲେ | ୨୦୧୩ ମସିହାରେ ତାଙ୍କ ନାଁ ମେଡିକାଲ ରେଜିଷ୍ଟରରୁ ହଟାଇ ଦିଆଯାଇଥିଲା | 

{"id":249988,"sizeSlug":"large"}

ଲିୟୋ ବରାଡ଼କର ଭାରତୀୟ ପ୍ରାନ୍ତର | ତାଙ୍କ ପୈତୃକ ଗାଁ ମହାରାଷ୍ଟ୍ର କୋଙ୍କଣା ଅଞ୍ଚଳରେ | ଲିୟୋଙ୍କ ପିତା ଅଶୋକ ବରାଡ୬୦ ଦଶକରେ ଲଣ୍ଡନ ଚାଲି ଯାଇଥିଲେ | ୨୦୧୭ ମସିହାରେ ଲିୟୋ ଆୟାରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହେଲେ | ୩୮ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି | ସେ ଆୟାରଲ୍ୟାଣ୍ଡର ସବୁଠାରୁ କମ ବୟସର ପ୍ରଧାନମନ୍ତ୍ରୀ | ଆୟାରଲ୍ୟାଣ୍ଡରେ ୫ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି | ୧୫୮ ଜଣ ପ୍ରାଣ ହରାଇ ସାରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.