Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକରେ ବିବେକ ଓବରୟ ଅଭିନୟ କରିବେ ଏହି ଭୂମିକାରେ : ଲୋକସଭା ନିର୍ବାଚନ ପୂର୍ବରୁ ରିଲିଜ ହୋଇପାରେ ଫିଲ୍ମ

29/12/2018 at 5:29 PM

ମୁମ୍ବାଇ ୨୯/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ଫିଲ୍ମକୁ ନେଇ ବିବାଦ ଉପୁଜିଥିବାବେଳେ ଏବେ ଆଉ ଏକ ଫିଲ୍ମ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଆଧାରରେ ନିର୍ମିତ ହେବାକୁ ଯାଉଛି। ଏହି ପ୍ରଧାନମନ୍ତ୍ରୀ ଆଉ କେହି ନୁହନ୍ତି ବରଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ଫିଲ୍ମର କାମ ଆସନ୍ତା ୨୦୧୯ ଜାନୁୟାରୀରୁ ଆରମ୍ଭ ହେବ। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ବିବେକ ଓବରୟ ଅଭିନୟ କରିବେ। ଏହି ଫିଲ୍ମର ସୁଟିଂ ଗୁଜୁରାଟ,ଦିଲ୍ଲୀ,ହିମାଚଳ ପ୍ରଦେଶ ଏବଂ ଉତ୍ତରାଞ୍ଚଳରେ ହେବ। କୁହାଯାଉଛି ଯେ ବିବେକ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।

ଫିଲ୍ମର ଟାଇଟଲ୍ ଏଯାଏଁ ସ୍ଥିର ହୋଇନାହିଁ  କିନ୍ତୁ ଏହି ଫିଲ୍ମର ନିର୍ଦ୍ଦେଶନା ଉମଙ୍ଗ କୁମାର ଦେବେ। ଉମଙ୍ଗ ଏହି ଫିଲ୍ମ ପାଇଁ ସ୍କ୍ରିପ୍ଟର କାମ ପୂରା କରିସାରିଛନ୍ତି। ବର୍ତ୍ତମାନ ଫିଲ୍ମର ଟିମ୍ ଏହାର କାହାଣୀ ଉପରେ ଗତ ଦେଢ଼ ବର୍ଷରୁ କାମ କରୁଛନ୍ତି। ଏହି ଫିଲ୍ମରେ ବିବେକ ଓବରୟ ମୋଦୀଙ୍କ ଭୂମିକାରେ କିପରି ଲାଗୁଛନ୍ତି ଏହା ଫିଲ୍ମ ଦେଖିଲେ ଜଣାପଡ଼ିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଏପରି ଗୁଣ ରହିଛି ଯାହା ତାଙ୍କୁ ମହାନତାର ଚରମ ସୋପାନରେ ପହଞ୍ଚାଇଥାଏ। ତାଙ୍କ ପ୍ରଶଂସକଙ୍କ କହିବା ଅନୁସାରେ ସେ ଜଣେ ଉତ୍ତମ ପ୍ରଚାରକଙ୍କ ମଧ୍ୟରୁ ଜଣେ। ସାଧାରଣ ଲୋକଙ୍କ ସହିତ ମିଶିବାର କ୍ଷମତା ତାଙ୍କ ପାଖରେ ରହିଛି। ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକରେ ବିବେକ ଅଭିନୟ କରୁଛନ୍ତି ତେବେ ଏହି ସମସ୍ତ ଗୁଣ ବିବେକଙ୍କୁ ଗ୍ରହଣ କରିବାକୁ ପଡ଼ିବ।

ଉମଙ୍ଗ ଏବଂ ବିବେକ ଏହା ପୂର୍ବରୁ ଟେଲିଭିଜନ୍ ରିୟଲିଟି ଶୋ ରେ ଏକାଠି କାମ କରି ସାରିଛନ୍ତି। ଏହି ଫିଲ୍ମରେ ନରେନ୍ଦ୍ର ମୋଦୀଙ୍କ ସଙ୍ଘ ପ୍ରଚାରକ ହେବାଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀ ଅତ୍ୟନ୍ତ ନିଖୁଣ ଭାବରେ ଦର୍ଶାଯିବ। ଫିଲ୍ମର ବଜେଟ ପାଖାପାଖି ୨୦୦କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଫିଲ୍ମରେ ବିବେକ ଓବେରୟଙ୍କ ଲୁକ୍ କିପରି ହେବ ସେ ନେଇ କାମ ଆରମ୍ଭ ହୋଇସାରିଛି। ଫିଲ୍ମର ସୁଟିଂର ପ୍ରସ୍ତୁତି ପୂରା ହୋଇସାରିଛି ଏବଂ ଏହାକୁ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ରିଲିଜ କରାଯିବ ବୋଲି ଯୋଜନା ରହିଛି।  

   Related Posts