Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

SBI ବୀମା କମ୍ପାନୀ ବିରୋଧରେ IRDAIଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ନିୟମ ଉଲ୍ଲଂଘନ ଲାଗି ୩୦ ଲକ୍ଷ ଟଙ୍କା ଜରିମନା

12/05/2021 at 5:53 PM

ନୂଆଦିଲ୍ଲୀ ୧୨।୫: ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀଙ୍କୁ ଇନସ୍ୟୁରାନ୍ସ ରେଗୁଲେଟରି ଏଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ ଇଣ୍ଡିଆ (ଆଇଆରଡିଏଆଇ) ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ନିୟମ ପାଳନ ନ କରିବା ଯୋଗୁ ବୀମା ନିୟାମକ ଏହି ଜରିମନା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କମ୍ପାନୀ ଥାର୍ଡ ପାର୍ଟି ମୋଟର ଇନସ୍ୟୁରାନ୍ସ  ନିୟମ ପାଳନରେ କରିଥିବା ତ୍ରୁଟି ଲାଗି ଇନସ୍ୟୁରାନ୍ସ ଆକ୍ଟ ୩୨-ଡି ଧାରାରେ ଏହି ଦଣ୍ଡ ବିଧାନ କରିଛନ୍ତି।

ବିବରଣୀ ଅନୁସାରେ ବୀମା କମ୍ପାନୀ ୨୦୧୮-୧୯ରେ ଥାର୍ଡ ପାର୍ଟି ମୋଟର ବୀମା ନିୟମ ଅନୁସାରେ ୬୩୮.୩୪କୋଟି ଟଙ୍କା ମାତ୍ର ୩୧୬.୩୬ କୋଟି ଟଙ୍କାର ବୀମା କରିପାରିଥିଲେ। କେବଳ ଏହି ଗୋଟିଏ ବର୍ଷ ନୁହେଁ ଏହାର ଦୁଇ ପୂର୍ବବର୍ତ୍ତି ବର୍ଷରେ ମଧ୍ୟ କମ୍ପାନୀ ଏମଟିପି ନିୟମର ପାଳନକରି ନଥିଲେ। ତେବେ କେବଳ ଏସବିଆଇ ନୁହନ୍ତି। ଅନ୍ୟ ବୀମା କମ୍ପାନୀ ମଧ୍ୟ ନିୟମ ପାଳନରେ ବିଫଳତା ଲାଗି ଆଇରଡିଏଆଇଙ୍କ ଦ୍ୱାରା ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି।

ତେବେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଏହା ପଛରେ କମ୍ପାନୀର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା କହିଛନ୍ତି। ଏହା ଛଡା ବ୍ୟବସାୟରେ ଏମଟିପି ଆକ୍ଟର କୌଣସି ପ୍ରକାର ଉଲ୍ଲଂଘନ ମଧ୍ୟ କରି ନଥିବା ବୀମା କମ୍ପାନୀ କହିଛନ୍ତି। କମ୍ପାନୀ ନ୍ୟସ୍ତ ଦାୟିତ୍ୱର ୫୦.୪୪ ପ୍ରତିଶତ ଅର୍ଥାତ ୩୨୧.୯୮ କୋଟି ଟଙ୍କାର ଏମଟିପି କରିଥିବା କହିଛି।

   Related Posts