କରୋନା ମୁକାବିଲା ପାଇଁ ଆଗକୁ ଆସିଲା ଆଇଆରସିଟିସି, ୨ ଲକ୍ଷ ଗରୀବ ଓ ବାସହରାଙ୍କୁ ଯୋଗାଇବ ଖାଦ୍ୟ

Published By : Prameya-News7 Bureau | March 29, 2020 IST

ମୁମ୍ବାଇ, ୨୯|୦୩:  ଭାରତୀୟ ରେଳବାଇର ଆଇଆରସିଟିସି ଆଜିଠାରୁ ମୁମ୍ବାଇରେ ହଜାର ହଜାର ବାସହରା ଓ ଗରୀବଙ୍କୁ ଖାଦ୍ୟ ଯୋଗାଇବ । ଆଇଆରସିଟିସିର ସିଏମଡି ଏପମି ମଲ୍ ଏହି ସୂଚନା ଦେଇଛନ୍ତି । ସହରର ସମସ୍ତ ଜୋନାଲ୍ ରେଲଓ୍ୱେ ମୁଖ୍ୟାଳୟରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଦିଲ୍ଲୀରେ ଏହି ସୁବିଧା ଆରମ୍ଭ କରାଯାଇଥିବା ବେଳେ ରବିବାରଠାରୁ ମୁମ୍ବାଇ ଓ ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ ଉପଲବ୍ଧ ହେବ । ଏଥିରେ ଦୈନିକ ୨ ଲକ୍ଷ ଲୋକ ଉପକୃତ ହେବେ ।

{"id":245753,"width":750,"height":421,"sizeSlug":"large"}

ଆଇଆରସିଟିସି ଭୋଜରେ ଆଚାର ସହ, ଡାଲି, ଭାତ, ବିରିୟାନୀ, ଉପମା ଓ ପୋହା ମିଳିବ ବୋଲି କୁହାଯାଉଛି । ଏହାକୁ ପ୍ରସ୍ତୁତ କରିବା ଓ ପ୍ୟାକିଂ କରିବା ସହଜ । ଏହି ଫୁଡ୍ ପ୍ୟାକେଟ୍ସ୍ ବିଭିନ୍ନ ଏନଜିଓ ଓ ଅନ୍ୟ ଏଜେନ୍ସିଙ୍କ ସହ ସରକାରୀ ସଂସ୍ଥାଙ୍କ ଦ୍ୱାରା ଗରୀବଙ୍କୁ ପ୍ରଦାନ କରାଯିବ ।

ମୁମ୍ବାଇ ଆଇଆରସିଟିସି ପାଖରେ ଦୈନିକ ୩୦ ହଜାର ଲୋକଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବାର କ୍ଷମତା ରହିଛି । କିନ୍ତୁ ପ୍ରଥମ ଦିନରେ ସଂସ୍ଥା କେବଳ ୨୦୦୦ ପ୍ୟାକେଟ୍ ପ୍ରସ୍ତୁତ କରିବ । ଏହାକୁ ରେଳବାଇ ଫୋର୍ସ ଓ କେନ୍ଦ୍ରୀୟ-ପଶ୍ଚିମ ରେଳବାଇର କର୍ମଚାରୀ ସହରର ବିଭିନ୍ନ ଗରୀବଙ୍କ ମଧ୍ୟରେ ବାଣ୍ଟିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.