Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଏହି ଟ୍ରେନ ଏକଘଣ୍ଟା ବିଳମ୍ବ (ଲେଟ୍‌) ହେଲେ ପ୍ରତ୍ୟେକ ଯାତ୍ରୀଙ୍କୁ ଆଇଆର୍‌ସିଟି ଦେବ ୧୦୦-୧୦୦ ଟଙ୍କା

1/10/2019 at 4:05 PM

ନୂଆଦିଲ୍ଲୀ – ଆଇଆର୍‌ସିଟିସି ଏକ ଘୋଷଣା କରିଛି । ଦିଲ୍ଲୀ ଓ ଲକ୍ଷ୍ମୌ ମଧ୍ୟରେ ଚାଲୁଥିବା ତେଜସ୍‌ ଟ୍ରେନ୍‌ ଏକ ଘଣ୍ଟା ବିଳମ୍ବ ହେଲେ ପ୍ରତ୍ୟେକ ଯାତ୍ରୀଙ୍କୁ ୧୦୦ ଲେଖାଏଁ ଟଙ୍କା ମିଳିବ । ଏହା ଦେଶର ପ୍ରଥମ ବେସରକାରୀ ଟ୍ରେନ୍‌ । ବିମାନରେ ମିଳୁଥିବା ସୁବିଧା ପରି ଏଥିରେ ଅନେକ ସୁବିଧା ଉପଲବ୍ଧ ଅଛି । ବୀମା ସହ ଟ୍ରେନ ବିଳମ୍ବ ହେଲେ ଯାତ୍ରୀମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି ।
ଏକ ଘଣ୍ଟା ବିଳମ୍ବ ହେଲେ ୧୦୦ ଟଙ୍କା ଓ ଦୁଇ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା ମିଳିବ । ଏହି ଟ୍ରେନ୍‌ଟି ୬ ଦିନ ଦିଲ୍ଲୀ ଓ ଲକ୍ଷ୍ମୌ ମଧ୍ୟରେ ଚଳାଚଳ କରିବ ।

ରେଳ ବିଭାଗ ଦେଶର ବଭିନ୍ନ ସ୍ଥାନରୁ ଏପରି ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି । ତେଜସ୍‌ ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ପ୍ରିମିୟମ ଓ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ ।

ଏହି ଟ୍ରେନ୍‌ ଅପରାହ୍ନ ୩.୩୫ ସମୟରେ ଦିଲ୍ଲୀରୁ ବାହାରି ରାତି ୧୦.୫ ସମୟରେ ଲକ୍ଷ୍ମୌରେ ପହଞ୍ଚିବ । ସପ୍ତାହରେ ୬ ଦିନ ତେଜସ୍‌ ଟ୍ରେନ ଚଳାଚଳ କରିବ । ଅକ୍ଟୋବର ୪ ତାରିଖରୁ ଏହାର ଚଳା ଚଳ ଆରମ୍ଭ ହେବ ।

ତେଜସ୍‌ ଏକ୍ସପ୍ରେସରେ ମୋଟ୍‌ ୭୫୮ ଜଣ ଯାତ୍ରୀ ଯାତାୟତ କରିପାରିବେ ।

   Related Posts