Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କାମ କରୁନି ଆଇଆରସିଟିସି ଓ୍ୱେବସାଇଟ୍, ଟ୍ରେନ୍ ଟିକେଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ

11/05/2020 at 4:37 PM

ନୂଆଦିଲ୍ଲୀ, ୧୧|୦୫ :   ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ ସେବା ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ।  ଟ୍ରେନ୍ ଟିକେଟ ବୁକିଂ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସାରିଛି । କିନ୍ତୁ ଯାତ୍ରୀମାନେ ଟିକେଟ୍ ବୁକ୍ କରିପାରୁ ନାହାଁନ୍ତି । ଆଇଆରସିଟିସିର  ଓ୍ୱେବସାଇଟ୍ ସଠିକ ଭାବେ ଖୋଲୁନାହିଁ ।

ସୂଚନାନୁସାରେ, ସୋମବାର ଅପରାହ୍ନ ୪ଟାରେ ଟିକେଟ୍ ବୁକ୍ କରିବା ପାଇଁ ଅନେକ ୟୁଜର ଲଗାତାର ଭାବେ ଆଇଆରସିଟିସି ଓ୍ୱେବସାଇଟ୍ ଭିଜିଟ୍ କରୁଛନ୍ତି । ଆଇଆରସିଟିସର ମୋବାଇଲ ଆପ୍ ମଧ୍ୟ କାମ କରୁନାହିଁ । ଫଳରେ ଟିକେଟ୍ କରିବା ପାଇଁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହା ୬ଟା ପରେ ଠିକ ହେବ ଓ କୌଣସି ଅସୁବିଧା ହେବ ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟରେ ରେଳବାଇ ସ୍ପଷ୍ଟୀକରଣ ଦେଇଛି । ରେଳବାଇ କହିଛି ଯେ,  ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖିତ । ସ୍ପେସାଲ ଟ୍ରେନ ସମ୍ଭନ୍ଧୀୟ ଡାଟା ଓ୍ୱେବସାଇଟରେ ଫିଡ୍ କରାଯାଉଛି । ତେଣୁ ଟିକେଟ୍ ବୁକିଂ ସୁବିଧା କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ ।

କୁହାଯାଉଛି ଯେ, ଓ୍ୱେବ୍ ଟ୍ରାଫିକ୍ ଜାମ୍ ପାଇଁ ସାଇଟ୍ ଓପନ କରିବାରେ ଅସୁବିଧା ହୋଇପାରେ । ତେବେ ବୁକିଂ ଆରମ୍ଭ ହେବା ପୂର୍ବରୁ ଆଇଆରସିଟିସି ଏହା ଉପରେ ଧ୍ୟାନ ଦେବା ଜରୁରୀ ଥିଲା ବୋଲି ଯାତ୍ରୀମାନେ କହିଛନ୍ତି ।

   Related Posts