IRCTC ଆଣିଲେ ଭାରତର ପ୍ରଥମ ଲଗଜରୀ କ୍ରୁଜ ଲାଇନର, ଜାଣନ୍ତୁ କିପରି କରିବେ ବୁକିଂ, ମିଳୁଛି କେଉଁ ସବୁ ସୁବିଧା

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଲୀ ୧୮।୯: ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଶନିବାର ଦେଶର ପ୍ରଥମ ସ୍ୱଦେଶୀ ଲକଜରୀ କ୍ରୁଜ ଲାଇନରର ଶୁଭାରମ୍ଭ କରିଛନ୍ତି। ଏଥିଲାଗି ବୁକିଂ ଆଇଆରସିଟିସି ଅଧିକାରୀକ ପୋର୍ଟାଲରେ ହେଉଛି। ଏହି କ୍ରୁଜ୍ ଗୋଆ, ଡ୍ୟୁ, କୋଚ୍ଚି, ଲକ୍ଷଦ୍ୱୀପ ଓ ଶ୍ରୀଲଙ୍କାର ଲୋକପ୍ରିୟ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରାଉଛନ୍ତି।

{"id":513617,"width":839,"height":471,"sizeSlug":"full","linkDestination":"none"}

ଏହି କ୍ରୁଜରେ ରେଷ୍ଟୁରାଣ୍ଟ, ବାର, ସ୍ୱିମିଂପୁଲ, ଓପନ ସିନେମା ଓ ଥିଏଟର ସୁବିଧା ମଧ୍ୟ ଉପଲବ୍ଧ ହେଉଛି। ଏହା ଛଡା ପିଲାଙ୍କ ଲାଗି କିଡସ୍ ଏରିଆ ଓ ଅନେକ ମନୋରଞ୍ଜକ ଆକ୍ଟିଭିଟିଜ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଏମାର୍ଜେନ୍ସୀ କ୍ଷେତ୍ରରେ କ୍ରୁଜରେ ମେଡିକାଲ ସୁବିଧା ମଧ୍ୟ ରହିଛି। ଦେଶରେ ଏବେବି କରୋନା ଭାଇରସ ମହାମାରୀର ପ୍ରକୋପ ଜାରି ରହିଛି। ଏଣୁ କ୍ରୁଜରେ କୋଭିଡ-୧୯ ପ୍ରୋଟକଲର ପାଳନ ବାଧ୍ୟତାମୂଳକ କରାଯାଇଛି। ଏହି ସବୁ ନିୟମ କାରଣରୁ କ୍ରୁଜରେ ଏବେ କମ ପର୍ଯ୍ୟଟକଙ୍କୁ ବୁକିଂ କରାଯାଉଛି।  

{"id":513618,"width":838,"height":471,"sizeSlug":"full","linkDestination":"none"}

ଆଗକୁ ଦଶହରା ଛୁଟି। ଦେଶରେ କୋଭିଡ ଯୋଗୁ ଏ ବର୍ଷ ମଧ୍ୟ ପୂଜାର ଉତ୍ସାହ ଫିକା ରହିବ। ଏଣୁ ଏହି ସମୟରେ ସମୁଦ୍ର ପର୍ଯ୍ୟଟନରେ ଲୋକେ ଉପଯୋଗ କରିପାରନ୍ତି। ଏଣୁ କ୍ରୁଜରେ ଦଶହରା ଛୁଟି କଟାଇବାକୁ ଚାହୁଁଥିଲେ ଆଇଆରସିଟିସିଙ୍କ ପୋର୍ଟାଲରେ ବୁକିଂ କରାଇପାରିବେ। ସିପ୍‌ର ବେସ୍ ଷ୍ଟେସନ ଏବେ ମୁମ୍ବାଇ ରହିଛି। ତେବେ ୨୦୨୨ରେ ଏହାକୁ ଚେନ୍ନାଇ ସିଫ୍ଟ କରିଦିଆଯିବ ବୋଲି ଜଣାପଡିଛି। ବେସ୍ ଷ୍ଟେସନ ସିଫ୍ଟ ହେବା ପରେ ଲୋକେ ଶ୍ରୀଲଙ୍କାର କଲମ୍ବୋ, ଗାଲେ, ତ୍ରିଙ୍କୋମାଲୀ ଓ ଜାଫନା ମଧ୍ୟ ପର୍ଯ୍ୟଟନରେ ଯାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.