Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଇ-କ୍ୟାଟରିଂ ସେବା ଆରମ୍ଭ କଲା ରେଳବାଇ: ଟ୍ରେନରେ ମିଳିବ ମନପସନ୍ଦ ଖାଇବା, ଅନଲାଇନ୍ କରିପାରିବେ ଅର୍ଡର୍

16/01/2021 at 12:07 PM

ନୂଆଦିଲ୍ଲୀ ୧୬/୦୧ : ଭାରତୀୟ ରେଳବାଇ ଟ୍ରେନରେ ପୁଣି ଇ-କ୍ୟାଟରିଂ ସେବା ଆରମ୍ଭ କରିଛି। କିନ୍ତୁ କ୍ୟାଟରିଂ ସେବା ବର୍ତ୍ତମାନ ଅଳ୍ପ କିଛି ଷ୍ଟେସନରେ ହିଁ ଆରମ୍ଭ ହେବ।  ଯେଉଁ ଷ୍ଟେସନମାନଙ୍କରେ ଇ-କ୍ୟାଟରିଂ ସେବା ଦିଆଯିବ ସେଠାରେ କେନ୍ଦ୍ର ଓ ସମ୍ବନ୍ଧୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରାଯିବ। ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଗାଇଡଲାଇନକୁ ଦୃଷ୍ଟିରେ ରଖି ଟ୍ରେନରେ କ୍ୟାଟରିଂ ବ୍ୟବସ୍ଥା, ଏସି କୋଚରେ କମ୍ବଳ, ତକିଆ, ଚାଦର ଆଦି ସେବା ବନ୍ଦ କରିଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ଟ୍ରେନରେ ଇ-କ୍ୟାଟରିଂ ସେବା ପୁଣିଥରେ ଆରମ୍ଭ କରିବାକୁ ଅନୁମତି ଦେଇଛି।

IRCTC ର ଏହି ସୁବିଧା ମାଧ୍ୟମରେ ଯାତ୍ରୀ ଅନଲାଇନରେ ନିଜ ପସନ୍ଦର ଖାଇବା ଅର୍ଡର କରିପାରିବେ। ଅର୍ଡର କରିବା ସମୟରେ ଯାତ୍ରୀଙ୍କୁ ସୂଚାଇ ଦିଆଯିବ ଯେ ତାଙ୍କ ଖାଇବା କେଉଁ ଷ୍ଟେସନରେ ଓ କେଉଁ ସମୟରେ ପହଞ୍ଚିବ। ଯାତ୍ରୀକୁ କୁଆଡେ ଯିବାକୁ ପଡ଼ିବନି।

IRCTC କିଛି ବଛା ରେଳ ଷ୍ଟେସନରେ ଇ-କ୍ୟାଟରିଂ ସେବା ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟର ଅନୁମତି ମାଗିଥିଲା ​​ଯାହାକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଛି। IRCTC ୨୦୨୧ ଜାନୁଆରୀ ଶେଷ ସପ୍ତାହରୁ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଛି। ଭାରତୀୟ ରେଳବାଇ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି। ରେଳବାଇ ଟ୍ୱିଟ କରିଛି ଯେ ମନୋନୀତ ରେଳ ଷ୍ଟେସନରେ ଇ-କ୍ୟାଟରିଂ ସେବା ପୁନଃ ଆରମ୍ଭ କରିବାକୁ ଅନୁମତି ମିଳିଛି।

କମ୍ପାନୀ କଡାକଡି ଭାବେ ଗାଇଡଲାଇନ ଜାରି କରିଛି। ପରିଚାଳନା ସମୟରେ ରେସ୍ତୋରାଁ କର୍ମଚାରୀ ଓ ଡେଲିଭରୀ କର୍ମୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ, ନିୟମିତ ଅନ୍ତରାଳରେ ରୋଷେଇ ଘର ସଫେଇ, ରେସ୍ତୋରାଁ ଓ ଡେଲିଭରୀ କର୍ମଚାରୀ ମାସ୍କ ଓ ଫେସ ଶିଲ୍ଡ ବ୍ୟବହାର କରିବା ଆଦି ସାମିଲ ଅଛି। ତାଛଡା ଶରୀର ତାପମାନ ୯୯ ଡିଗ୍ରୀରୁ କମ୍ ଥିଲେ ହିଁ ଭୋଜନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡେଲିଭରୀ କର୍ମୀ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବା ଅନିବାର୍ଯ୍ୟ। ଏହାସହ ଡେଲିଭରୀ ପରେ ଡେଲିଭରୀ ବ୍ୟାଗ୍ ସାନିଟାଇଜ୍ ମଧ୍ୟ ସାମିଲ।

   Related Posts