ଟୁଇଷ୍ଟ ଇନ୍‌ ଟେଲ୍‌,ସ୍କାମଷ୍ଟରର ଖୋଲା ଚ୍ୟାଲେଞ୍ଜ୍‌-ଆର୍‌ପିଏଫ୍‌ ଡିଜି୍ଙ୍କୁ କହିଲା ମତେ ମାସକୁ ୨ ଲକ୍ଷ ଦିଅନ୍ତୁ ତ୍ରୁଟି ଠିକ୍‌ କରିଦେବି !

Published By : Prameya-News7 Bureau | January 24, 2020 IST

ନୂଆଦିଲ୍ଲୀ ୨୪।୦୧ - ରେଳବାଇର ଅନ୍‌ଲାଇନ୍‌ ଟିକେଟ୍‌ ସିଷ୍ଟମ ପରିଚାଳନା କରୁଥିବା ସିଆର୍‌ଆଇଏସ୍‌ ସିଷ୍ଟମରେ ସ୍କାମ । ଏବେ ଅନ୍‌ ଲାଇନ୍‌ ଟିକେଟ୍‌ ବୁକିଂ ବେଳେ ହେଉଥିବା ବିଭିନ୍ନ ପ୍ରକାର ଠକାମୀର ପର୍ଦ୍ଦାଫାଶ ହୋଇଛି । କୋଟି କୋଟି ଟଙ୍କାର ରେଲ୍‌ ଇ-ଟିକେଟିଂ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଆଇଟି ସୁରକ୍ଷାରେ ବ୍ୟବସ୍ଥାରେ ଅସୁବିଧା ଯୋଗୁ ଏପରି ହୋଇଥିବା ଜଣା ପଡିଛି ।

ଏହାର ମୁଖ୍ୟ ଅଭିଯୁକ୍ତ ଏବେ ଦୁବାଇରେ ହମିଦ୍‌ ଅସରଫ ଏହି କୋଟି କୋଟି ଟଙ୍କା ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି ଜଣା ପଡିଛି । ତାକୁ ଧରିଲେ ଏପରି ରାକେଟ୍‌ ବନ୍ଦ ହେବା ନାହିଁ ବୋଲି ସେ କହିଛି । ଅନ୍ୟମାନେ ଏପରି ବେଆଇନ୍‌ କାମ ସଫ୍ଟଓ୍ୱାର ବ୍ୟବହାର କରି କରିପାରିବେ ବୋଲି ସେ ସୂଚନା ଦେଇଛି । ଆଇଆର୍‌ସିଟିସି ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ସିଷ୍ଟମରେ ଅନେକ ସୁରକ୍ଷା ଜନିତ ଅସୁବିଧା ଅଛି ବୋଲି ହମିଦ୍‌ କହିଛି ।

ଆର୍‌ପିଏଏଫ୍‌ ଏବେ ହମିଦ୍‌କୁ ଧରିବା ପାଇଁ ଯୋଜନା କରିଛି । ଏଥିରେ ସମ୍ପୃକ୍ତ ଥିବା ଗୁଲାମ୍‌ ମୁସ୍ତାଫାକୁ ପୁଲିସ୍‌ ଗିରଫ କରିଛି । ୨୦୧୬ ମସିହାରେ ହମିଦ୍‌ ଅସରଫକୁ ଗିରଫ କରାଯାଇଥିଲା । ପରେ ସେ ଜାମିନ୍‌ରେ ଆସି ଭାରତଛାଡି ପଳାଇଛି । ସେ ଦ୍ୱାଦଶ ଶ୍ରେଣୀରେ ଥିବା ସମୟରେ ରେଳ ଇ ଟିକେଟ୍‌ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲା ।

ହ୍ୱାଟସ୍ଆପ୍‌ ବ୍ରୋଡକାଷ୍ଟରେ ଅସରଫ ରେଳବାଇର ଇନଫରମେସନ୍‌ ସିଷ୍ଟମ ସିଆର୍‌ଆଇଏସ୍‌ରେ ଅନେକ ତ୍ରୁଟି ଥିବା ଦର୍ଶାଇଛି । ସରକାରଙ୍କ ଅଧିନରେ ଥିବା Centre for Railway Information Systems (CRIS) ଯାହାକୁ ଆଇଆର୍‌ସିଟିସି ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ପାଇଁ ବ୍ୟବହାର କରୁଛି ସେଥିରେ ଅନେକ ସମସ୍ୟା ଓ ତ୍ରୁଟି ଥିବା କଥା ଦର୍ଶାଇଛି ।

ହମିଦ୍‌ ଆଗରୁ ରେଳବାଇକୁ ଏ ବିଷୟରେ ଅବଗତ କରାଇଥିବା ନେଇ ସୂଚନା ଦେଇଛି। ସେ ଆର୍‌ପିଏଫ୍‌ ଡିଜି ଅରୁଣ କୁମାରଙ୍କ ଉଦ୍ଦେଶ୍ୟରେ ମେସେଜ୍‌ ମଧ୍ୟ ଦେଇଛି । ଆଗରୁ ସେ ଏ ବିଷୟରେ ସୂଚନା ଦେଇଥିଲା ।ମାତ୍ର Centre for Railway Information Systems (CRIS)ର ସଦସ୍ୟମାନେ ତାକୁ ପାଗଳ ବୋଲି ଭାବି ଥିଲେ ।

ଏ ବିଷୟରେ ଆରପିଏଫ୍‌ ଡିଜି ସାମ୍ବାଦିକ ସମ୍ମିଳନୀ କରି ଏହି ଟଙ୍କା ଆତଙ୍କବାଦୀ କାର୍ଯ୍ୟକାଳାପ ବା ଟେରର୍‌ ଫଣ୍ଡିଂ ପାଇଁ ବ୍ୟବହାର କରାଯାଉଥିବା ସୂଚନା ଦେଇଥିଲେ । ଏପରି କହିଲେ କିଏ ତାକୁ ବିବାହ କରିବ ବୋଲି ହମିଦ୍‌ କହିଛି ।

ସେ ସରକାରୀ ସଂସ୍ଥାମାନଙ୍କୁ ଏହି ତ୍ରୁଟି ବିଷୟରେ ଦେଇଥିବା ୫୦୦ ଇମେଲ୍‌ ଓ ମେସେଜ୍‌କୁ ସେୟାର କରିଛଇ । ଏହି ସାଇବର ସମସ୍ୟାକୁ କେହି ଠିକ୍‌ କରିପାରି ନଥିଲେ ।

ହମିଦ୍‌କୁ କେହି ଜଣେ ଆଇଟି ଏକ୍ସପର୍ଟ ତାଲିମ୍‌ ଦେଇଥିବା ସୂଚନା ମିଳିଛି । ହମିଦ୍‌ ଆଇଆର୍‌ସିଟିସି ଓ ସିଆର୍‌ଆଇଏସ୍‌କୁ ସାହାଯ୍ୟ କରିବ ବୋଲି କହିଛି । ତାକୁ ଏକ ସୁଯୋଗ ଦେଲେ ସେ ଏହାକୁ ଠିକ୍‌ କରିଦେବ ବୋଲି କହିଛି । ରେଳବାଇ ତାକୁ ମାସକୁ ୨ ଲକ୍ଷ ଟଙ୍କା ଦେଇ ଏହି କାମ ଠିକ୍‌ କରିବାକୁ ଦିଅନ୍ତୁ ସେ ସାଇବର୍‌ ସମସ୍ୟାକୁ ଠିକ୍‌ କରିଦେବ ବୋଲି କହିଛି ।

ସେ ଅନେକଙ୍କୁ ବିକିଥିବା ବେଇଆଇନ୍‌ ସଫ୍ଟଓ୍ୱାରକୁ ଡିଆକ୍ଟିଭେଟ୍‌ କରିବା ସହ ଅପସାରଣ କରିନେଇଥିବା କଥା ସୂଚନା ଦେଇଛି ।

ଜୀବନରେ କେବେବି ରେଲଓ୍ୱେର ସଫ୍ଟଓ୍ୱାର କରିବ ନାହିଁ , ତାକୁ କ୍ଷମା କରିଦିଅନ୍ତୁ ବୋଲି କହିଛି । ତା ଗର୍ଲଫ୍ରେଣ୍ଡ ସହ ବାକି ଜୀବନ ବିତାଇବ ବୋଲି ସେ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.