IRCTC ଫେରସ୍ତ ଦେବ ପୂରା ପଇସା, ଇ-ଟିକେଟ କ୍ୟାନସେଲ୍ ନ କରିବାକୁ ଉପଭୋକ୍ତାଙ୍କୁ ପରାମର୍ଶ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ୨୪/୩: ଇ- ଟିକେଟ କ୍ୟାନସେଲ ବା ବାତିଲ ପ୍ରକ୍ରିୟା ନେଇ ସ୍ପଷ୍ଟ କରିଛନ୍ତି ଇଣ୍ଡିଆନ ରେଲଓ୍ବେଜ୍‌ କ୍ୟାଟ୍ରିଂ ଆଣ୍ଡ୍‌ ଟ୍ୟୁରିଜିମ୍ କର୍ପୋରେସନ ଆଇଆର୍‌ସିଟିସି ( IRCTC ) । ଉପଭୋକ୍ତା ବା ଇ-ଟିକେଟ କାଟିଥିବା ଯାତ୍ରୀମାନେ ସେମାନଙ୍କ ପଇସା ଫେରସ୍ତ ନେଇ ବିଚଳିତ ନ ହେବାକୁ IRCTC ସୂଚନା ଦେଇଛି। IRCTC ପକ୍ଷରୁ ଇ-ଟିକେଟ କ୍ୟାନସେଲେସନ ସଂପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି।

{"id":243529,"width":561,"height":314,"sizeSlug":"large"}

ଏଥିରେ କୁହାଯାଇଛି, ବର୍ତ୍ତମାନ କରୋନା ସଂକ୍ରମଣ ରୋକିବା ଲାଗି ଟ୍ରେନଗୁଡିକ ବାତିଲ କରାଯାଇଥିବା ବେଳେ ଇ-ଟିକେଟ କରିଥିବା ଭାରତୀୟ ରେଳ ଯାତ୍ରୀମାନେ ସେମାନଙ୍କ ଟିକେଟ ବାବଦ ଟଙ୍କା ଫେରସ୍ତକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଭାରତୀୟ ରେଳ ନେଟୱାର୍କରେ ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ ହୋଇଥିବାରୁ ଯାତ୍ରୀମାନଙ୍କ ଟଙ୍କା ସ୍ବୟଂଚାଳିତ ପଦ୍ଧତିରେ ଫେରସ୍ତ କରି ଦିଆଯିବ।

{"id":243530,"sizeSlug":"large"}

ଯେଉଁ  ଯାତ୍ରୀମାନଙ୍କ ଟିକେଟ୍ ବାତିଲ୍ ହୋଇଥିବ ସେମାନଙ୍କୁ ଏଥି ନେଇ ନିଜଆଡ଼ୁ କିଛି କରିବାର କିମ୍ବା ଟିକେଟ କ୍ୟାନସେଲ କରିବାର ଆବଶ୍ୟକତା ନାହିଁ। ରେଳ ବିଭାଗ ପକ୍ଷରୁ ସେମାନଙ୍କ ଟଙ୍କା ଫେରସ୍ତ କରି ଦିଆଯିବ। ଏପରି ଭାବେ କ୍ୟାନସେଲ ଟିକେଟ ଉପରେ କ୍ୟାନସେଲେସନ ଫି କଟିବ ନାହିଁ। ସେଥିଲାଗି ଯାତ୍ରୀମାନଙ୍କୁ ପୂର୍ବ ପଦ୍ଧତିରେ ଟିକେଟ କ୍ୟାନସେଲେସନ ନ କରିବାକୁ IRCTC ପକ୍ଷରୁ କହାଯାଇଛି।

{"id":243531,"sizeSlug":"large"}

ଆଇଆରସିଟିସିର ଅଧିକାରୀଙ୍କ କହିବା ଅନୁସାରେ ଯାତ୍ରୀମାନେ କାଉଣ୍ଟରରେ ଭିଡ କରନ୍ତୁ ନହିଁ। ଭାରତୀୟ ରେଳବାଇ ମଧ୍ୟ PRS କାଉଣ୍ଟରରେ ବୁକ୍ ହୋଇଥିବା ଟ୍ରେନ୍ ଟିକେଟ୍ ପାଇଁ ଫେରସ୍ତ ନିୟମକୁ ସଂଶୋଧନ କରିଛନ୍ତି। ରେଳ ସେବା ସ୍ବଭାବିକ ନହେବା ପର୍ଯ୍ୟନ୍ତ ଏହି ନିୟମ  ଜାରି  ରହିବ ବୋଲି ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିର୍ଦ୍ଦେଶକୁ ତୁରନ୍ତ ସମସ୍ତ ଷ୍ଟେସନ ମାଷ୍ଟରଙ୍କ ନିକଟରେ ପହଞ୍ଚାଇବାକୁ ରେଳ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.