ବିମାନରେ ତୀର୍ଥାଟନ କରାଇବେ IRCTC, ବୁଲାଇବେ ରାମେଶ୍ୱରମ ଧାମ ସମେତ ମଦୁରାଇ ଓ କେରଳ

Published By : Prameya-News7 Bureau | January 15, 2021 IST

ଜୟପୁର ୧୫।୧:  ଭାରତୀୟ ରେଳବାଇ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଲୋକଙ୍କ ବିମାନ ପ୍ୟାକେଜକୁ ଧ୍ୟାନରେ ରଖି ବିମାନ ଯୋଗେ ରାମେଶ୍ୱରମ ଧାମ ସମେତ କେରଳ ମଧ୍ୟ ବୁଲାଇବାର ଯୋଜନା କରିଛନ୍ତି। ୭ ରାତି ଓ ୮ ଦିନର ଏହି ଭ୍ରମଣ ନିମନ୍ତେ ଆଇଆରସିଟିସି ପ୍ରତିବ୍ୟକ୍ତି ପ୍ୟାକେଜ ରଖିଛନ୍ତି ମାତ୍ର ୩୫ ହଜାର ୩୧୦ଟଙ୍କା।

{"id":392890,"width":578,"height":435,"sizeSlug":"large","linkDestination":"none"}

ଆଇଆରସିଟିସିଏହି ପ୍ୟାକେଜରେ ଧାର୍ମିକ ତୀର୍ଥାଟନ ସାଙ୍ଗକୁ ପ୍ରାକୃତିକ ରମଣୀୟ ସ୍ଥାନ ମଧ୍ୟ ଭ୍ରମଣ କରାଇବେ। ଏଥିରେ ରାମେଶ୍ୱରମ, ମଦୁରାଇ, କନ୍ୟାକୁମାରୀ ଓ କେରଳ ରାଜ୍ୟର ପ୍ରଶିଦ୍ଧ ତୀର୍ଥସ୍ଥଳ ପରିଦର୍ଶନ କରାଇବେ। ମାର୍ଚ୍ଚ ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ପ୍ୟାକେଜ୍‌ ନିମନ୍ତେ ଏବେ ବୁକିଂ ଆରମ୍ଭ ହୋଇଛି। ଏହି ତୀର୍ଥାଟନରେ ଆଇଆରସିଟିସି ପର୍ଯ୍ୟଟକଙ୍କୁ ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ ପରିଦର୍ଶନ କରାଇବେ ବୋଲି ଯୁଗ୍ମ ମହାପ୍ରବନ୍ଧକ( ପର୍ଯ୍ୟଟନ) ଯୋଗେନ୍ଦ୍ର ସିଂ ଗୁର୍ଜ୍ଜର କହିଛନ୍ତି।

{"id":392891,"width":578,"height":355,"sizeSlug":"large","linkDestination":"none"}

ଏହା ଛଡା ପର୍ଯ୍ୟଟକ ଏହି ପ୍ୟାକେଜରେ ଏ.ପି.ଜେ ଅବଦୁଲ କଲାମ ମେମୋରିଆଲ ସାଙ୍ଗକୁ ଧନୁଷ୍କୋଡି ମଧ୍ୟ ବୁଲାଇବେ। ସେହିପରି ମଦୁରାଇର ପ୍ରଶିଦ୍ଧ ମିନାକ୍ଷୀ ମନ୍ଦିର, କନ୍ୟାକୁମାରୀରେ ୩ସାଗରର ସଙ୍ଗମ ମଧ୍ୟ ଦେଖାଇବେ। ପର୍ଯ୍ୟଟକଙ୍କୁ ସମୁଦ୍ରରେ ବିବେକାନନ୍ଦ ରକ ମେମୋରିଆଲ ଓ ତିରୁବଲ୍ଲୁର ଷ୍ଟାଚ୍ୟୁକୁ ଡଙ୍ଗାରେ ବୁଲାଇ ନେବେ।

{"id":392893,"sizeSlug":"large","linkDestination":"none"}

କେରଳରେ ତ୍ରିବେନ୍ଦ୍ରମସ୍ଥିତ ସ୍ୱାମୀ ପଦ୍ମନାଭ ମନ୍ଦିର ଭ୍ରମଣ ସାଙ୍ଗକୁ କୁମାରାକୋମ ବ୍ୟାଙ୍କ ୱାଟର ହାଉସ୍‌ ବୋଟରେ ବୁଲା, ରାତ୍ରରହଣୀର ବ୍ୟବସ୍ଥା କରାଯିବ। ବିମାନ ଯାତ୍ରା ସାଙ୍ଗକୁ ପର୍ଯ୍ୟଟନ ସ୍ଥଳକୁ ବାତାନୁକୂଳିତ ଟେମ୍ପୋ ଟ୍ରାଭେଲରରେ ନିଆଯିବା ସହ ରାତ୍ରି ବିଶ୍ରାମ ଥ୍ରୀଷ୍ଟାର ହୋଟେଲରେ କରାଇବେ ବୋଲି ଗୁର୍ଜର କହିଛନ୍ତି। ଏହି ପ୍ୟାକେଜ ଲାଗି ବିସ୍ତୃତ ସୂଚନା ନିମନ୍ତେ ହ୍ୱାଟସ୍‌ ଆପ୍ ନମ୍ବର ୮୫୯୫୯୩୦୯୯୭ ଅଥବା ୯୦୦୧୦୯୪୭୦୫ରେ ଯୋଗାଯୋଗ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.