ଏବେ ମାତ୍ର ୫୩୦ଟଙ୍କାରେ ବିମାନ ପରି ସୁବିଧା ମିଳୁଥିବା Tejas Express ରେ କରନ୍ତୁ ଯାତ୍ରା-ଆଇଆରଟିସି

Published By : Prameya-News7 Bureau | October 29, 2019 IST

କାନପୁର୨୯|୧୦:  ଟ୍ରେନରେ ବିମାନର ଅନୁଭୂତି । ବିମାନରେ ମିଳୁଥବା ସମସ୍ତ ସୁବିଧା ସୁଯୋଗ ସହ ଏୟାର ହୋଷ୍ଟେସଙ୍କ ଆତିଥ୍ୟେତା  ପରି ସମସ୍ତ ସୁବିଧା ଏବେ ତେଜସ୍‌ ଏକ୍ସପ୍ରେସରେ ମିଳୁଛି । ତେଜସ ଏକ୍ସପ୍ରେସର ବିଶେଷତ୍ବ ଅନେକ ଲୋକଙ୍କ ମନକୁ ଛୁଏଁ ସତ ହେଲେ ଟିକେଟ ଦାମ ଅଧିକ ହୋଇଥିବାରୁ ଅଧିକାଂଶ ଲୋକ ଏହି ଟ୍ରେନରେ ଯାତ୍ରା କରନ୍ତି  ପାରୁ ନଥିଲେ ।

{"id":176368}

ଏବେ ତେଜସ ଏକ୍ସପ୍ରେସରେ ଯାତ୍ରା କରିବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ଆଇଆରଟିସି ଯାତ୍ରୀମାନଙ୍କୁ  ଏହି ରିହାତି ଦେଉଛି। ଏବେ ଟିକେଟର ଦାମ ୩୫ ପ୍ରତିଶତ କମ ରହିଛି। ଲକ୍ଷୌରୁ ଦିଲ୍ଲୀ ମଧ୍ୟରେ ଚାଲୁଥିବା ତେଜସ ଏକ୍ସପ୍ରେସର ଟିକେଟର ଦାମ ସାଧାରଣରେ ୧୨୮୦ ଟଙ୍କା ରହିଥାଏ। ଟ୍ରେନର ଏକ୍ଜିକ୍ୟୁଟିଭ କ୍ଲାସର ଦାମ ୨୪୫୦ ଟଙ୍କା ରହେ।କାନପୁରରୁ ଦିଲ୍ଲୀ ଯିବା ପାଇଁ ଯାତ୍ରୀମାନେ ଚେୟାରକାରର ୧୧୨୪ ଟଙ୍କା ଓ ଏକ୍ଜିକ୍ୟୁଟିଭ କ୍ଲାସର ୨୩୧୦ ଟଙ୍କା ଦିଅନ୍ତି।

{"id":176370}

ଅବଶ୍ୟ କେବେ କେବେ ଟିକେଟର ମୂଲ୍ୟ ବଢିବା ସହ କମିଥାଏ। ଦୀପାବଳି ଅବସରରେ ତେଜସ ଏକ୍ସପ୍ରେସର ୱେଟିଂ ୩୦୦ ପାଖାପାଖି ହୋଇଯାଇଥିଲା। ଏଥିପାଇଁ ଆଇଆରଟିସି ୩ଟି ଚେୟାରକାର ଓ ଗୋଟେ ଏକ୍ଜିକ୍ୟୁଟିଭ କ୍ଲାସର ବଗି ବଢାଇଥିଲେ। ଏହା ଦ୍ବାରା ନୂଆ ଦିଲ୍ଲୀ ଯାଉଥିବା ଯାତ୍ରୀଙ୍କ ଟିକେଟ କନ୍‌ଫର୍ମ ହୋଇଥିଲା। ତେବେ ପର୍ବ ପର୍ବାଣୀ  ଉପଲକ୍ଷେ ଆଇଆରଟିସି ଟ୍ରେନ ଟିକେଟର ଦାମ କମାଇଛନ୍ତି। ମାତ୍ର ୫୩୦ ଟଙ୍କା ଦେଇ ତେଜସ ଏକ୍ସପ୍ରେସରେ ଯାତ୍ରା କରିହେବ। ଏକ୍ଜିକ୍ୟୁଟିଭ କ୍ଲାସରେ ଯାତ୍ରା କଲେ ୧୫୦୦ ଟଙ୍କାର ଟିକେଟ କରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.