Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିୟମ ବଦଳାଇଲା ଆଇଆରସିଟିସି, ଟିକେଟ୍ ବୁକିଂ ପୂର୍ବରୁ ଯାତ୍ରୀଙ୍କୁ କରିବାକୁ ହେବ ଏହି କାମ

17/05/2020 at 9:01 PM

ନୂଆଦିଲ୍ଲୀ, ୧୭|୦୫:  ବେଙ୍ଗାଲୁରୁ ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀଙ୍କ ଦ୍ୱାରା କ୍ୱାରେଣ୍ଟାଇନରେ ରହିବା ନିର୍ଦ୍ଦେଶ ନପାଳିବା ପରେ ଆଇଆରସିଟିସି ନିଜ ଓ୍ୱେବସାଇଟରେ ନୂଆ ବିକଳ୍ପ ସାମିଲ କରିଛି । ଯେଉଁମାନେ କ୍ୱାରେଣ୍ଟାଇନରେ ରହିବାର ପ୍ରୋଟକଲ ମାନିବେ କେବଳ ସେମାନଙ୍କୁ ହିଁ ଟିକେଟ୍ ବୁକିଂ କରିବା ପାଇଁ ଅନୁମତି ଦିଆଯିବ ବୋଲି ଆଇଆସିଟିସି କହିଛି ।

ନୂଆ ନିୟମ ଆଇଆରସିଟିସି ଓ୍ୱେବସାଇଟରେ ଉପଲବ୍ଧ । ଏଥିରେ ଲେଖାଯାଇଛି ଯେ, ନିଜ ଗନ୍ତବ୍ୟ ରାଜ୍ୟ ତରଫରୁ ଜାରି ହୋଇଥିବା ସ୍ୱାସ୍ଥ୍ୟ ପରାମର୍ଶକୁ ପଢିଛି । ଏହାକୁ ସ୍ୱୀକାର ମଧ୍ୟ କରୁଛି । ଏହାର ପାଳନ ମଧ୍ୟ କରିବି । ଏହାପରେ ଯାତ୍ରୀଙ୍କୁ ଟିକେଟ୍ ବୁକ୍ କରିବା ପାଇଁ ଅପସନରେ କ୍ଲିକ କରିବାକୁ ହେବ । ଏହାପରେ ହିଁ ଟିକେଟ୍ ବୁକ୍ ହେବ ।

ସୂଚନାନୁସାରେ, ଗତ ୧୪ ତାରିଖରେ ଦିଲ୍ଲୀରୁ ବାଙ୍ଗାଲୋର ପହଁଚିଛିବା ପ୍ରାୟ ୫୦ ଯାତ୍ରୀ କ୍ୱାରେଣ୍ଟାଇନ୍ ସେଣ୍ଟର ଯିବାକୁ ରାଜି ହୋଇନଥିଲେ । ସେମାନେ ଷ୍ଟେସନରେ ଗଣ୍ଡଗୋଳ କରିଥିଲେ । ତେବେ କୌଣସି ବାଟ ନପାଇ ରେଳବାଇ ଟ୍ରେନରେ ପୃଥକ ବଗି ଯୋଡି ୧୫ଜଣଙ୍କୁ ପୁଣି ଦିଲ୍ଲୀ ପଠାଇ ଦେଇଥିଲା ।  ଏହାପରେ ଆଇଆରସିଟିସି ନିୟମରେ ପରିବର୍ତ୍ତନ କରିଛି ।

ଆଇଆରସିଟିସିର ଅଧିକାରୀଙ୍କ କହିବାନୁସାରେ, ଟିକେଟ୍ ବୁକ କରିବା ପୂର୍ବରୁ କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନ୍ ଉପରେ ଏକ ପପ୍ ଅପ୍ ଆସିବ ।ଏଥିରେ ହିଁ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍ ବାବଦରେ ପ୍ରଶ୍ନ କରାଯିବ । ଏହା ହିନ୍ଦୀ ଓ ଇଂରାଜୀ ଭାଷାରେ ଯାତ୍ରୀଙ୍କୁ ପଚରାଯିବ ।

   Related Posts