କରୱା ଚୌଥ ସ୍ପେସିଆଲ ଟ୍ରେନ ବାତିଲ କଲା IRCTC, ଜାଣନ୍ତୁ କାରଣ

Published By : Prameya-News7 Bureau | October 11, 2019 IST

ନୂଆଦିଲ୍ଲୀ୧୧|୧୦: କରୱା ଚୌଥ ଅବସରରେ ବିବାହିତ ଲୋକଙ୍କ ପାଇଁ IRCTC ଏକ ସ୍ପେସିଆଲ ଟ୍ରେନ ଚଲାଇବାର ପ୍ଲାନ କରିଥିଲା। ହେଲେ ଏବେ ଏହି ଟ୍ରେନକୁ ବାତିଲ କରାଯାଇଛି। କରୱା ଚୌଥକୁ ନିଆରା ଭାବେ ପାଳିବା ପାଇଁ ଓ ବ୍ୟବସାୟରେ ଲାଭ କରିବା ଉଦେଶ୍ୟରେ IRCTC ଏହି ଯୋଜନା କରିଥିଲା।

{"id":168870,"width":586,"height":457}

IRCTC ଏହି ସ୍ପସିଆଲ ଟ୍ରେନକୁ ମ୍ୟାଜିଷ୍ଟିକ ରାଜସ୍ଥାନ ଡିଲକ୍ସ ନାଁ ଦେଇଥିଲା। ଏହି ଟ୍ରେନରେ ଯାତ୍ରା କରି ଦମ୍ପତ୍ତିଙ୍କ ଯାତ୍ରା ସୁଖମୟ ହେବ ବୋଲି IRCTC ଆଶା କରିଥିଲା। ହେଲେ ଏହି ଟ୍ରେନ ନେଇ ବିବାହିତମାନେ କୌଣସି ରୂଚି ଦେଖାଇ ନାହାନ୍ତି।

{"id":168869}

ଚଳିତ ମାସ ୧୪ ତାରିଖରେ ଏହି ଟ୍ରେନ ଚାଲିଥାନ୍ତା। ହେଲେ ୯ ତାରିଖ ଯାଏଁ ଟ୍ରେନର କେବଳ ୪ଟି ଟିକେଟ୍‌ ବୁକ ହୋଇଥିଲା। ଏହି କାରଣ ଯୋଗୁଁ IRCTC ଏହି ଟ୍ରେନ ବାତିଲ କରିଛି।

{"id":168864}

ସୂଚନାଯୋଗ୍ୟ ଯେ, ଏହି ଟ୍ରେନ ମାଧ୍ୟମରେ IRCTC ବିବାହିତ ଦମ୍ପତ୍ତିଙ୍କୁ ରାଜସ୍ଥାନର ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥାନ ଭ୍ରମଣ କରାଇଥାନ୍ତା।ଏହି ଟ୍ରେନ ଯାତ୍ରାରେ ତାଜମହଲ, ଜୈସଲମେର ଫୋର୍ଟ, ଗାଡି ସାଗର ଝିଲ, ମହେନ୍ଦ୍ର ଗଡ କିଲା, ଅମ୍ବର ଫୋର୍ଟ ସିଟି ପେଲେସ ବୁଲାଇବାକୁ ନିଆଯାଇଥାନ୍ତା।

{"id":168867}

ରେଲୱେ ଅନୁସାରେ ଏହି ଟ୍ରେନରେ ବିବାହିତ ଯୋଡିଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା। IRCTC ଏହି ଟ୍ରେନରେ ଚଛୋଟ ପିଲାଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା।

{"id":168868}

ଚଳିତ ବର୍ଷ କରୱା ଚୌଥ ଅକ୍ଟୋବର ୧୭ରେ ପାଳନ ହେବ। ଦମ୍ପତ୍ତିଙ୍କ ପାଇଁ ୪ଦିନର ଯାତ୍ରା ରଖାଯାଇଥିଲା । ଏହି ଟ୍ରେନର ଟିକେଟ ଦାମ ଗୋଟେ କପଲ ପାଇଁ ଫାଷ୍ଟ ଏସିରେ ୧,୦୨,୯୬୦ଟଙ୍କା ଓ ଏସି-୨ ପାଇଁ ୯୦ ହଜାର ଟଙ୍କା ରଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.