Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ତୀର୍ଥଯାତ୍ରୀଙ୍କ ପାଇଁ IRCTC ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ, ସେପ୍ଟେମ୍ୱର ୨୫ରୁ ଗଡିବ ସ୍ପେଶାଲ ଟ୍ରେନ୍

31/07/2021 at 3:25 PM

ଭଦ୍ରକ ୩୧/୦୭: ତୀର୍ଥଯାତ୍ରୀମାନଙ୍କ ପାଇଁ IRCTC ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା । ମହାଳୟା ସମୟରେ ପିତୃ ପୁରଷଙ୍କୁ ପିଣ୍ଡଦାନ ଦେବା ନିମନ୍ତେ IRCTC ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ୨୫ ସେପ୍ଟେମ୍ବରରୁ ସିକନ୍ଦରାବାଦ ଠାରୁ ବାହାରି ଓଡିଶାର ୫ ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ । ଏହି ଟ୍ରେନଟି ବାରଣାସୀ, ପ୍ରୟାଗରାଜ ଓ ଗୟାରେ ରହିବ ।

IRCTC ର ଆଞ୍ଚଳିକ ପରିଚାଳକ ଡ଼ା. କ୍ରାନ୍ତି ପି ସାବରକର ସୂଚନା ଦେଇଛନ୍ତି । ସେହିପରି କ୍ରମେ ତୀର୍ଥଯାତ୍ରୀ ମାନଙ୍କ ସୁବିଧା ପାଇଁ କୋଭିଡ଼ ସମୟରେ ଏପରି ସୁବିଧା ରେଳ ବିଭାଗ ପକ୍ଷରୁ କରାଯାଇଛି । ଏହି ଟ୍ରେନରେ ସବୁ ବର୍ଗର ଲୋକମାନେ ତୀର୍ଥ କରିବା ପାଇଁ ଯାଇପାରିବେ । ବିଶେଷ କରି ଏହି ଟ୍ରେନ ଟି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, ଭୁବେନେଶ୍ୱର, କଟକ, ଯାଜିପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଯିବାକୁ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନେ ବିଶେଷ ସୁବିଧା ପାଇ ପାରିବେ

ତା ସହିତ ସ୍ୱତନ୍ତ୍ର ପ୍ୟାକେଜ ଟୁରରେ ରହିବା, ଖାଇବା ଓ ବୁଲିବାରେ ବ୍ୟବସ୍ଥା କରିବା ସହିତ ଡାକ୍ତର ଟିମ ଓ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଲୋକମାନେ ଏହି ସୁବିଧା ଉପଲବ୍ଧ କରିବା ପାଇଁ IRCTC ପକ୍ଷରୁ କୁହାଯାଇଛି.

   Related Posts