ଲକଡାଉନ୍: ରେଲଓ୍ୱେ ଓ ଏୟାରଲାଇନ୍ସ ଆରମ୍ଭ କଲେ ଟିକେଟ୍ ବୁକିଂ, ଏପ୍ରିଲ ୧୫ରୁ କରିପାରିବେ ଯାତ୍ରା
1/04/2020 at 6:37 PM

ନୂଆଦିଲ୍ଲୀ, ୦୧|୦୪: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାର ଦେଶକୁ ୨୧ ଦିନ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ଏପ୍ରିଲ ୧୪ ତାରିଖରେ ଶେଷ ହେବ । ଭାରତୀୟ ରେଳବାଇ ଓ ଘରୋଇ ବିମାନ ଚଳାଚଳ କମ୍ପାନୀ ଏପ୍ରିଲ ୧୪ ପରେ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।
ପ୍ରଥମେ ଦେଶବାସୀ ଲକଡାଉନର ସମୟସୀମା ବୃୃଦ୍ଧି ପାଇପାରେ ବୋଲି ଅନୁମାନ କରୁଥିଲେ । ଯାହାକୁ କ୍ୟାବିନେଟ ସଚିବ ରାଜୀବ ଗୌବା ଖଣ୍ଡନ କରିବା ସହ ସରକାରଙ୍କ ଏପରି କୌଣସି ଯୋଜନା ନଥିବା କହିଥିଲେ । ଏହାପରେ ଭାରତୀୟ ରେଲଓ୍ୱେ ଓ ଘରୋଇ ଏୟାରଲାଇନ୍ସ ଅନଲାଇନରେ ଟିକେଟ୍ ବୁକିଂ ଆରମ୍ଭ କରିଦେଇଛନ୍ତି ।

ଅନଲାଇନରେ ବୁକ୍ କରିହେବ ଟିକେଟ
ଆଇଆରସିଟିସି ଆପ୍ ବ୍ୟବହାର କରି ଟ୍ରେନ୍ ଟିକେଟ୍ ବୁକ କରିହେବ । ଏପ୍ରିଲ ୧୫ରୁ ଯାତ୍ରୀମାନେ ଟ୍ରେନ୍ ଯାତ୍ରା କରିପାରିବେ । ସେହିପରି ଇଣ୍ଡିଗୋ ଓ ଗୋ ଏୟାର ମଧ୍ୟ ଟିକେଟ୍ ବୁକିଂ ଆରମ୍ଭ କରିଛି । ତେବେ ଏୟାରଲାଇନ୍ସ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ ।
ଯଦି ଲକଡାଉନ ଅବଦ୍ଧି ବୃଦ୍ଧି ପାଏ ତେବେ ବୁକିଂ ଟିକେଟ୍ ରବ୍ଦ ହୋଇପାରେ । ଏହି ସ୍ଥିତିରେ ଆଇଆରସିଟିସି ବୁକିଂ ଟଙ୍କା ଯାତ୍ରୀଙ୍କ ଆକାଉଣ୍ଟରେ ଫେରସ୍ତ କରିଦେବ ।