ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | October 29, 2020 IST

ଖୋର୍ଦ୍ଧା ୨୯।୧୦: ଖୋର୍ଦ୍ଧାରେ ଆଇଆରବି ଯବାନଙ୍କ ମୃତ୍ୟୁ ହୋଇଛି । ବୁଧବାର ଗଛରୁ ମିଳିଛି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ । ଷଷ୍ଠ ଆଇଆରବି ଇଣ୍ଡିଆନ ରିଜର୍ଭ ବାଟାଲିଅନ ନାଲିପଡା ଅର୍ଜୁନପୁର କ୍ୟାମ୍ପସ ମଧ୍ୟରେ ଜଣେ ରିକ୍ରୁଟ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୁବ୍ରତ ରାଉତ । ତାଙ୍କ ଘର କେନ୍ଦ୍ରାପଡାରେ ବୋଲି ଜଣାପଡିଛି ।

ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଯବାନଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.