ବିଦ୍ୟୁତ୍ ଆଘାତରେ ଆଇଆରବି ଯବାନଙ୍କ ମୃତ୍ୟୁ

Published By : Prameya-News7 Bureau | December 03, 2019 IST

ଭଞ୍ଜନଗର ୩।୧୨: ବିଦ୍ୟୁତ୍ ନେଲା ଯବାନଙ୍କ ଜୀବନ । ଭଞ୍ଜନଗରରେ ବିଦ୍ୟୁତ୍ ଆଘାତରେ ଆଇଆରବି ଯବାନଙ୍କ ମୄତ୍ୟୁ ହୋଇଛି । ମୃତ ଯବାନ ହେଲେ ବଂଶୀଧର ପ୍ରଧାନ । ସେ ମାଲକାନଗିରିରରେ କାମ କରୁଥିଲେ । ଘରକୁ ଛୁଟିରେ ଆସିଥିଲେ ।

{"id":193130,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କେବିରିବ୍ରହ୍ମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘରେ ବିଦ୍ୟୁତ୍ କାମ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯବାନ ବଂଶୀଧର ପ୍ରଧାନଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ୍ ଆଘାତ ପାଇବା ପରେ ତାଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଂଶୀଧର ମାଲକାନଗିରିରେ ଚାକିରି କରନ୍ତି । ଛୁଟି ନେଇ ଗାଁକୁ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.