ଯୁବତୀମାନଙ୍କୁ ଅଶ୍ଳୀଳ ଆଚରଣ କରିବା ଅଭିଯୋଗରେ ଆଇଆରବି ଜବାନ ଗିରଫ
4/10/2019 at 12:20 PM

କନ୍ଧମାଳ ୪।୧୦: ଜନସାଧାରଣଙ୍କୁ ସବୁକ୍ଷେତ୍ରରେ ସୁରକ୍ଷା ଦେବା କାର୍ଯ୍ୟରେ ନିୟୋଜିତ ଜବାନଙ୍କ ବିରୋଧରେ ଯୁବତୀମାନଙ୍କୁ ଅଶ୍ଳୀଳ ଆଚରଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ସଦର ଥାନାରେ ନିୟୋଜିତ ସନାତନ ବହେରା ନାମକ ଜଣେ ଆଇଆରବି ଜବାନଙ୍କ ବିରୋଧରେ।
ଅଭିଯୋଗ ଅନୁଯାୟୀ ସନାତନ ସଦର ଥାନା ଅନ୍ତର୍ଗତ ଲୁହୁରୁବାଲି ଗ୍ରାମର ଦୁଇଜଣ ଯୁବତୀ ଗାଧୋଉଥିବା ସମୟରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ । ସେନେଇ ଆଜି ଯୁବତୀ ଦୁଇଜଣ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଦର ପୋଲିସ ଜବାନ ଜଣକୁ ଗିରଫ କରିଛି। କେବଳ ପୋଲିସ ନିକଟରେ ଅଭିଯୋଗ କରିଥିବା ଏହି ଦୁଇଜଣ ଯୁବତୀ ନୁହଁନ୍ତି, ଗ୍ରାମର ଏକାଧିକ ଯୁବତୀମାନଙ୍କୁ ସେ ଏଥି ପୂର୍ବରୁ ଧମକ ଚମକ ଦେଖାଇ ବିଭିନ୍ନ ସମୟରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ମଧ୍ୟ ଏ ଦୁଇ ଯୁବତୀ ଅଭିଯୋଗ କରିଛନ୍ତି । ତେବେ, ସେମାନେ ଜବାନଙ୍କ ବିରୋଧରେ ଥାନାରେ ଏତଲା ଦେବାଲାଗି ସାହାସ କରିପାରିନଥିଲେ ।