ଦୋଳଯାତ୍ରା ବେଳେ ଗୁଳିମାଡରେ ଗୁରୁତର IRB କନଷ୍ଟେବଳଙ୍କ ମୃତ୍ୟୁ, ଗାଁରେ ଉତ୍ତେଜନା

Published By : Prameya-News7 Bureau | March 14, 2020 IST

ଢେଙ୍କାନାଳ ।୩: ଢେଙ୍କାନାଳ ପଞ୍ଚୁ ଦୋଳଯାତ୍ରାରେ ଗୁଳିକାଣ୍ଡରେ ଗୁରୁତର IRB କନଷ୍ଟେବଳ ରାମଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି ।

{"id":237956,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚାଉଳିଆରେ ଦୋଳ ଯାତ୍ରା ଚାଲିଥିବାବେଳେ ରାତି ପ୍ରାୟ ୧୨ଟା ସମୟରେ ୨ ଗୋଷ୍ଠୀ ମଧ୍ୟରେ ବିବାଦରୁ ଗୁଳିକାଣ୍ଡ ହୋଇଥିଲା । ଗୁଳିମାଡରେ IRB କନଷ୍ଟେବଳ ରାମଚନ୍ଦ୍ର ସାହୁ ଗୁରୁତର ହୋଇଥିଲେ । ତାଙ୍କ ଡାହାଣ ପଟ ଛାତିରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି ।

{"id":237955,"sizeSlug":"large"}

ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଗୁଳିମାଡ କରି ଘଟଣାସ୍ଥଳରୁ ଯୁବକ ଫେରାର ହୋଇଯାଇଛି । ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ପୋଲିସ ଘଟଣାର ଛାନଭିନ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.