ବାଗଦାଦ ୯/୪: ଇରାକର ରାଷ୍ଟ୍ରପତି ବରହମ୍ ସାଲେହ ବୃହସ୍ପତିବାର ଗୁଇନ୍ଦା ମୁଖ୍ୟ ମୁସ୍ତଫା କାଧେମୀଙ୍କୁ ଏବର୍ଷ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ମନୋନୀତ କରିଛନ୍ତି। କାଧେମୀଙ୍କୁ ମନୋନୀତ କରାଯିବା ପାଇଁ ଆୟୋଜିତ ସମାରୋହରେ ଦେଶର ଶୀର୍ଷ ରାଜନୈତିକ ହସ୍ତୀମାନେ ଯୋଗ ଦେଇଥିଲେ ଯାହା ଫଳରେ ଏହା ସଙ୍କେତ ମିଳିଥିଲା ଯେ କାଧେମୀଙ୍କୁ ପ୍ରଥମ ଦୁଇ ଜଣ ମନୋନୀତ ପ୍ରଧାନମନ୍ତ୍ରୀଙ୍କଠାରୁ ଅଧିକ ସମର୍ଥନ ମିଳିଛି।
{"id":251470,"sizeSlug":"large"}ଇରାକର ଜାତୀୟ ଗୁଇନ୍ଦା ସେବାର ମୁଖ୍ୟ ୫୩ବର୍ଷ ବୟସ୍କ କାଧେମୀଙ୍କୁ ଆମେରିକା ସହ ନିକଟ ସମ୍ପର୍କ କୁହାଯାଇଥାଏ କିନ୍ତୁ ରାଜନୈତିକ ସୂତ୍ର ଅନୁଯାୟୀ ନିକଟ ମାସରେ ସେ ଓ୍ବାଶିଂଟନର ଶତ୍ରୃ ତେହରାନ ସହ ମଧ୍ୟ ସମ୍ପର୍କକୁ ସୁଧାରିଥିଲେ।
{"id":251471,"sizeSlug":"large"}