ଆମେରିକୀୟ ସୈନ୍ୟଙ୍କୁ ଦେଶ ଛାଡିବା ଲାଗି ଇରାକ୍ ସଂସଦରେ ପ୍ରସ୍ତାବ ଗୃହୀତ

Published By : Prameya-News7 Bureau | January 05, 2020 IST

ବଗଦାଦ୍ ୫।୧: ଇରାନ ସୈନ୍ୟ ମୁଖ୍ୟଙ୍କୁ ବଗଦାଦରେ ହତ୍ୟାକରାଯିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଇରାକ୍। ରବିବାର ଇରାକ ସଂସଦରେ ଏକ ପ୍ରସ୍ତାବ ଗୃହୀତ କରାଯାଇଥିବା ବେଳେ ଦେଶ ବାହ୍ୟ ଓ ଆଭ୍ୟନ୍ତରିଣ ସମସ୍ୟାରୁ ମୁକ୍ତ ନୁହେଁ,  ହେଲେବି ଦେଶରେ ଅଧିକ ସମୟ ବିଦେଶୀ ବଳଙ୍କୁ ରଖିବା ଏବେ ଉଚିତ ନୁହେଁ ବୋଲି କୁହାଯାଇଛି। ଏଣୁ ଯେତେ ଶୀଘ୍ର ସମ୍ଭବ ଆମେରିକୀୟ ସେନା ଇରାକ୍ ଖାଲି କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି।

{"id":207472,"sizeSlug":"large"}

ଆମେରିକୀୟ ସେନାଙ୍କୁ ଉଭୟ ଜଳ, ସ୍ଥଳ ଓ ଆକାଶରୁ ସେନା ହଟାଇନେବାକୁ କୁହାଯାଇଛି। ତେବେ ସରକାରଙ୍କ ଏହି ପ୍ରସ୍ତାବ ପାଳନ ଲାଗି ଆମେରିକା ବାଧ୍ୟ ନୁହେଁ। ଯଦି ଆମେରିକୀୟ ସେନାଙ୍କୁ ଦେଶରୁ ବାହାର କରିବା ଦରକାର ତେବେ ଏଥିଲାଗି ବିଧେୟକ ଗୃହୀତ କରିବାକୁ ପଡିବ ବୋଲି ଜଣାପଡିଛି। ଗତ ଶୁକ୍ରବାର ଇରାନୀ ସେନାଧ୍ୟକ୍ଷଙ୍କୁ ଇରାକ ରାଜଧାନୀ ବଗଦାଦ୍ ରାସ୍ତାରେ ଡ୍ରୋନ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଘଟଣା ଏବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାର କାରଣ ପାଲଟିଥିବା ବେଳେ ଇରାକ୍ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅବଦୁଲ ମହେଦୀ ଏହି ପ୍ରସ୍ତାବ ଗୃହୀତ କରିଛନ୍ତି।

{"id":207473,"sizeSlug":"large"}

ଦେଶରେ ଆମେରିକୀୟ ଫୋର୍ସଙ୍କ ଉପସ୍ଥିତି ଯୋଗୁ ଜନ ଅସନ୍ତୋଷ ଲାଗି ରହିଛି। ଏଥିଯୋଗୁ ଲୋକେ ରାସ୍ତାକୁ ଓହ୍ଲାଇ ବାରମ୍ବାର ବିକ୍ଷୋଭ କରୁଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଅବଦୁଲ ମହେଦୀ ଇସ୍ତଫା ଦେଇଥିଲେ। ତେବେ ଦେଶରେ ସାଧାରଣ ନିର୍ବାଚନ ହୋଇନଥିବାରୁ ମହେଦୀ ଏବେ ଇରାକ୍ ର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅବସ୍ଥାପିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.