Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ନରମିଲେ ଟ୍ରମ୍ପ୍… ବାଗଦାଦରେ ଅମେରିକୀୟ ଦୂତାବାସ ନିକଟରେ ରକେଟ୍ ମାଡ କଲା ଇରାନ୍

9/01/2020 at 8:42 AM

ବାଗଦାଦ୍ ୯।୧: ଇରାନର କମାଣ୍ଡର ଜେନେରାଲ କାସିମ ସୁଲେମାନର ମୃତ୍ୟୁ ପରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବଢି ଯାଇଥିବା ବେଳେ ଆମେରିକା ରାଷ୍ଟ୍ରପତି ଗତକାଲି ସାରା ବିଶ୍ବକୁ ସମ୍ବୋଧିତ କରିଥିଲେ । ଟ୍ରମ୍ପ ତାଙ୍କ ସମ୍ବୋଧନରେ ଇରାନ ଉପରେ ପ୍ରତିଶୋଧାତ୍ମକ ଆକ୍ରମଣ ଭଳି କୌଣସି କଥା କହିନାହାନ୍ତି । ମାତ୍ର ଟ୍ରମ୍ପ୍ ଇରାନର ପରମାଣୁ ସମ୍ବନ୍ଧରେ ଟିପ୍ପଣୀ ଦେବା ସହ ଆଗକୁ ଏଥିରେ କିଛି ପ୍ରତିବନ୍ଧକ ଲଗାଯିବ ବୋଲି ମଧ୍ୟ କହିଛନ୍ତି ।

ଏଭଳି ବକ୍ତବ୍ୟ ଯୋଗୁଁ ଟ୍ରମ୍ପ୍ କିଛି ମାତ୍ରାରେ ନରମ ପଡିଥିବା ଅନୁମେୟ ହେଉଥିଲା । ଟ୍ରମ୍ପଙ୍କ ସମ୍ବୋଧନର କିଛି ସମୟ ପରେ ହିଁ ଇରାନ୍ ପୁଣି ଥରେ ଶକ୍ତି ପ୍ରଦର୍ଶନ କରିଛି । ଇରାକର ରାଜଧାନୀ ବାଗଦାଦରେ ଅମେରିକୀୟ ଦୂତାବାସକୁ ନଜରରେ ରଖି ଦୁଇଟି ରକେଟ୍ ମାଡ କରିଛି । ଏହି ରକେଟ୍ ଗ୍ରୀନ୍ ଜୋନ୍ ରେ ମାଡ ହୋଇଥିବା ସୂଚନା ରହିଛି । ଏହି ଆକ୍ରମଣରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଇରାକ୍ ସେନା ଆକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ମଧ୍ୟ ଇରାନ୍ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲା । ସେତେବେଳେ ମଧ୍ୟ ଦୂତାବାସ ନିକଟରେ ଗ୍ରୀନ୍ ଜୋନ୍ ରେ ମିସାଇଲ୍ ପଡିଥିଲା । ଏଥିରେ ମଧ୍ୟ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା । ଦିନକ ପୂର୍ବରୁ ମଧ୍ୟ ଇରାକ୍ ରେ ଥିବା ଆମେରିକୀୟ ଏୟାରବେସ୍ ଉପରେ ଇରାନ୍ ଆକ୍ରମଣ କରିଥିଲା । ଇରାନ୍ ଡଜେନ ମିସାଇଲ୍ ମାଡ କରିଥିଲା ।

ଏହି ଆକ୍ରମଣରେ ୮୦ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହୋଇଥିବା ଇରାନ୍ ଦାବି କରିଥିଲା । ଯାହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅସ୍ବୀକାର କରିଥିଲେ । ଘଟଣାକୁ ଟ୍ରମ୍ପ୍ ସ୍ବୀକାର କରିଥିଲେ ମଧ୍ୟ ଏଥିରେ ଆମେରିକାର କୌଣସି ସୈନିକଙ୍କର କିଛି କ୍ଷତି ହୋଇନଥିବା ସ୍ପଷ୍ଟ କରିଥିଲେ ।

ଇରାନ ନେତା ଅୟାତୁଲ୍ଲାହ ଖୁମୈନୀ ଆକ୍ରମଣକୁ ଆମେରିକା ଗାଲରେ ଶକ୍ତ ଚାପୁଡା ଲାଗିଛି ବୋଲି କହିଥିଲେ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନାହୁଁ । ସେ ନରମ ହୋଇ କହିଥିଲେ ଯେ, ଇରାନ୍ ଏକ ଭଲ ଦେଶ ହୋଇପାରିବ । ଆତଙ୍କବାଦୀଙ୍କୁ ସମର୍ଥନ କରିବା ବନ୍ଦ କରିବାକୁ ପଡିବ । ଟ୍ରମ୍ପ୍ ଇରାନ୍ ସହ କଥାବାର୍ତ୍ତା ଏବଂ ବୁଝାମଣାର ରାସ୍ତା ଖୋଲାଥିବା ସଂକେତ ଦେଇ କହିଥିଲେ ଯେ, ଏଭଳି ବୁଝାମଣା କରାଯିବା ପାଇଁ ଚେଷ୍ଟା କରାଯିବ ଯାହା ଫଳରେ ବିଶ୍ବ ଶାନ୍ତି ଅଭିମୁଖେ ଅଗ୍ରସର ହେବ ।

   Related Posts