Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଇରାନ ଖୋଳିଛି କରୋନା ମୃତକଙ୍କ ଲାଗି ବିଶାଳ କବର, ଅନ୍ତରୀକ୍ଷରୁ ବି ଦେଖାଯାଉଛି ସ୍ପଷ୍ଟ

13/03/2020 at 2:22 PM

ୱାସିଂଟନ ୧୩।୩:  ଇରାନରେ କରୋନା ସଂକ୍ରମଣର ଭୟଙ୍କର ଚିତ୍ର  ସାମ୍ନାକୁ ଆସିଛି। ୱାସିଂଟନ ପୋଷ୍ଟରେ ପ୍ରକଶିତ ଏକ ଖବରରେ ରାଜଧାନୀ ତେହେରାନରୁ ପ୍ରାୟ ୧୪୫ କିଲୋମିଟର ଦୂର କୋମର ବେସତ-ଏ-ମାସୋମେହ କମ୍ପ୍ଲେକ୍ସରେ କରୋନା ମୃତକଙ୍କ ଲାଗି ଖୋଳାଯାଇଥିବା କବରକୁ ଅନ୍ତରୀକ୍ଷରୁ ସ୍ପଷ୍ଟ ଦେଖି ହେଉଥିବା କୁହାଯାଇଛି। ଯାହା ଏବେ କରୋନା ନେଇ ବିଶ୍ୱବ୍ୟାପୀ ଆତଙ୍କକୁ ବହୁଗୁଣିତ କରିଛି।

ସମଗ୍ର ବିଶ୍ୱକୁ କରୋନା ଏବେ ଦ୍ରୁତ ସଂକ୍ରମିତ ହେଉଛି। ଏପର୍ଯ୍ୟନ୍ତ ୧ଲକ୍ଷ ୨୮ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ଭୂତାଣୁର ଉତ୍ପତି ସ୍ଥଳ ଚୀନ ଓ ଦକ୍ଷିଣ କୋରିଆ ପରିସ୍ଥିତି ସୁଧୁରୁଥିବାର ସରକାର ଦାବି କରୁଛନ୍ତି। ଏଣୁ ଚୀନ ସରକାର ଇଟାଲୀକୁ ଏକ ଡାକ୍ତରୀ ଦଳ ପଠାଇଥିବା ବେଳେ ଇରାନକୁ ବଳକା ସପ୍ଲାଇ ପ୍ରଦାନ କରିଛନ୍ତି।  ଗୁରୁବାର ଗୋଟିଏ ଦିନରେ ଇରାନର ବିଭିନ୍ନ ସ୍ଥାନରେ ନୂଆ ୭୫ଟି ମୃତ୍ୟୁ ରିପୋର୍ଟ ହୋଇଛି। ଫଳରେ ଏଠାରେ କରୋନା ମୃତକଙ୍କ ସଂଖ୍ୟା ୪୨୯ରେ ପହଞ୍ଚିଥିବା ବେଳେ ମଧ୍ୟପ୍ରାଚ୍ୟ ଦେଶ ମଧ୍ୟରେ ଇରାନର ସ୍ଥିତି ଜଟିଳ ହବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ଦେଶରେ ୧ ହଜାର ୧୭୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଣୁ ଦେଶରେ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଇରାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିଙ୍କୁ ୫ ବଲିୟନ ଡଲାରର ଜରୁରିକାଳୀନ ସହାୟତା ନିବେଦନ କରିଥିବା ବେଳେ ବଢୁଥିବା ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ନୂଆ କବର ଖୋଳିଛି।  ସରକାର ଫେବୃଆରୀ ୨୧ରେ କବର ଖୋଳିବା ଆରମ୍ଭ କରିଥିଲେ। ତେବେ ମୃତ୍ୟୁ ଥମୁନଥିବାରୁ ଶ୍ମଶାନ ଅଞ୍ଚଳ ସମ୍ପ୍ରସାରଣ ହୋଇଥିବା ୱାସିଂଟନ ପୋଷ୍ଟରେ ପ୍ରକାଶିତ ଖବରରୁ ଜଣାପଡିଛି।

ଇରାନରେ କରୋନା  ସଂକ୍ରମଣରୁ ଏବେ ନେତା, ଅଧିକାରୀ ବି ବାଦ ପଡିନାହାନ୍ତି। ରିଭଲ୍ୟୁସନ ଗାର୍ଡର ଜବାନ ଓ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଇରାନ ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲ୍ଲୀ  ଖୋମନେଇଙ୍କ ବିଶ୍ୱସ୍ଥ ପରାମର୍ଶଦାତା ଅଲ୍ଲୀ ଆକବର ବିଲାୟତୀ ବି କରୋନା ସଂକ୍ରମିତ ହୋଇଥିବା ରିପୋର୍ଟର କୁହାଯାଇଛି। 

   Related Posts