ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ଭଳି ଦେଖାଯିବାକୁ କରାଇଥିଲେ ୫୦ଟି ସର୍ଜରୀ, ଏବେ ଜେଲ୍‌ରେ ହେଲେ କରୋନା ପଜିଟିଭ

Published By : Prameya-News7 Bureau | April 18, 2020 IST

ତେହରାନ ୧୮।୪: ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ଇରାନର ଇନଷ୍ଟାଗ୍ରାମ ଷ୍ଟାର ସାହାର ତବର ଜେଲରେ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ସେ ବର୍ତ୍ତମାନ ତେହେରାନର ଏକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ଜୋମ୍ବି ଭଳି ଦେଖାଯାଉଥିବା ଏହି ଷ୍ଟାର୍ ଇନଷ୍ଟାଗ୍ରାମରେ ବହୁତ ଫେମସ ଥିଲେ । କିନ୍ତୁ ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ନିନ୍ଦା କରିବା ଏବଂ ହିଂସା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ଷ୍ଟାର ସାହାର ତବରଙ୍କୁ ୨୨ ବର୍ଷ ବୟସ ହୋଇଛି । ସାହାର ତବରର ପ୍ରକୃତ ନାମ ହେଉଛି ଫାତେମିହ ଖିସୱାଣ୍ଡ । ସେ ଇରାନର ରାଜଧାନୀ ତେହେରାନର ବାସିନ୍ଦା । ସାହାର ତବର ତାଙ୍କ ମୁହଁରେ ଅନେକ ଥର ଅସ୍ତ୍ରୋପଚାର କରିଛନ୍ତି । ସୋସିଆଲ ମିଡିଆରେ ମୁହଁର ଫଟୋ ପୋଷ୍ଟ କରିବା ପରେ ସାହାର ଅନେକ ଖ୍ୟାତି ଅର୍ଜନ ମଧ୍ୟ କରିଛନ୍ତି ।

କରୋନା ଭାଇରସ୍ ମହାମାରୀ ଦେଖି ସାହାର ତବରଙ୍କ ଓକିଲ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ଓକିଲଙ୍କ କହିବା ଅନୁସାରେ, ଇରାନର ଆମେରିକୀୟ ସେଣ୍ଟର ଫର ହ୍ୟୁମାନ ରାଇଟ୍ସ କହିଛି ଯେ ଦେଶର ଜଣେ ବିଚାରପତି ଦେଶର ଜେଲରେ କରୋନା ଭାଇରସ୍ ବ୍ୟାପିବା ସତ୍ତ୍ବେ ସାହାର ତବରଙ୍କୁ ଜାମିନ୍ ଦେବାକୁ ମନା କରିଦେଇଥିଲେ।

ସୂଚନାଯୋଗ୍ୟ ଯେ, ଓସ୍କାର ବିଜେତା ଓଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ସାହାର ତାହର ୫୦ଟି ଅସ୍ତ୍ରୋପଚାର କରିଥିଲେ । ଯାହା ପରେ ସାହାର ୨୦୧୭ରେ ଏକ ସୋସିଆଲ ମିଡିଆ ଷ୍ଟାର୍ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ପରେ ସେ ସ୍ପଷ୍ଟ କରିତିଲେ ଯେ ତାଙ୍କ ଲୁକ୍ ମୁଖ୍ୟତ ମେକଅପ୍ ଏବଂ ଏଡିଟିଂ ମାଧ୍ୟମରେ ହାସଲ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.