ସ୍ତ୍ରୀଙ୍କୁ କାହିଁକି ଟିକା ଦେଲେ ପୁରୁଷ ଡାକ୍ତର ? ରାଗରେ ରାଜ୍ୟପାଳଙ୍କୁ ଶକ୍ତ ଚାପୁଡା ମାରିଲା ସ୍ଵାମୀ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫।୧୦: ନିଜ ପତ୍ନୀଙ୍କୁ ପୁରୁଷ ଡାକ୍ତର ଦେଲେ କରୋନା ଭ୍ୟାକ୍ସିନ। ଏହା ଦେଖି ସହି ପାରିଲେନି ସ୍ଵାମୀ। ସେ ଏତେ ମାତ୍ରାରେ ଉତକ୍ଷୀପ୍ତ ହୋଇ ଉଠିଥିଲେ ଯେ, ସୁଯୋଗ ଦେଖି ମଞ୍ଚ ଉପରେ ରାଜ୍ୟପାଳଙ୍କୁ ଶକ୍ତ ଚାପୁଡା ମାରିଛନ୍ତି। ଏହି ଘଟଣା ଇରାନର ପୂର୍ବ ଅଜରବୈଜାନରେ ଘଟିଛି। ସେଠାକାର ରାଜ୍ୟପାଳ ଅବେଦିନ ଖୋରମ ଏକ  କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ  ଅଚାନକ ମଞ୍ଚ ଉପରକୁ ବ୍ୟକ୍ତି ଜଣକ ଆସି ତାଙ୍କୁ ଜୋରରେ ଚାପୁଡା ମାରିଛନ୍ତି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ସୂଚନା ଅନୁସାରେ, ଅବେଦିନ ଖୋରମ ଗତ ଦିନରେ ଏକ ସମାରୋହରେ ଉଦଘାଟଣ  ଭାଷଣ ଦେଉଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ରାଗରେ ଜର୍ଜରିତ ହୋଇ ମଞ୍ଚ ଉପରକୁ ଆସି କେହି କିଛି ବୁଝିବା ପୂର୍ବରୁ ରାଜ୍ୟପାଳଙ୍କୁ ଜୋରରେ ଚାପୁଡା ମାରିଥିଲେ। ଏହି ଅଶୋଭନୀୟ ଘଟଣା ଘଟିବା ମାତ୍ରେ ତୁରନ୍ତ ସୁରକ୍ଷାକର୍ମୀ ଏବଂ ଆୟୋଜକ ସଦସ୍ୟ ମଞ୍ଚରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଘୋଷାଡି ନେଇଥିଲେ।

wp:html /wp:html

ଚାପୁଡା ମାରିଥିବା ବ୍ୟକ୍ତି ଜଣେ ପୂର୍ବତନ ସଶସ୍ତ୍ର ବଳର ସଦସ୍ୟ ଏବଂ ବର୍ତ୍ତମାନ ସେ ଜଣେ ସ୍ଥାନୀୟ ନେତା। ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇ ପଚରା ଉଚୁରା କରୁଛି। ସେ କହିଛନ୍ତି, ତାଙ୍କ ପତ୍ନୀଙ୍କୁ ପୁରୁଷ ଡାକ୍ତରଙ୍କ ଦ୍ଵାରା କରୋନା ଟିକା ଦେବା ନେଇ ସେ କ୍ରୋଧିତ ଥିଲେ।

ଚାପୁଡା ମାରିଥିବା ବ୍ୟକ୍ତିଙ୍କୁ ଗଭର୍ଣ୍ଣର ରୋକିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ସେହି ସମୟରେ ସୁରକ୍ଷାକର୍ମୀ ଆସି ବ୍ୟକ୍ତିଙ୍କୁ ମଞ୍ଚ ଉପରୁ ଘୋଷାଡି ନେଇ ଯାଇଥିଲେ। ରାଜ୍ୟପାଳ ଅବେଦିନ ଖୋରମ ପୂର୍ବରୁ ଇସଲାମିଲ ରିଭୋଲ୍ୟୁସନାରୀ ଗାର୍ଡ୍ସର ପ୍ରାନ୍ତୀୟ କମାଣ୍ଡର ମଧ୍ୟ ଥିଲେ। ଖୋରମ ରାଜ୍ୟପାଳ ହେବା ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀ ତାଙ୍କୁ ଅପହରଣ କରି ନେଇଥିବା କୁହାଯାଏ।

ମଞ୍ଚ ଉପରେ ଚାପୁଡା ଘଟଣା କୌଣସି ରାଜନୈତିକ ନଥିଲା। ଶନିବାର ସଂସଦରେ ଏହି ଘଟଣା ବିଷୟରେ ପ୍ରଶ୍ନ ହେବାରୁ ପୂର୍ବ ଅଜରବୈଜାନ ପ୍ରାନ୍ତର ମେରାଘେ ସହରର ପ୍ରତିନିଧି ଅଲୀ ଅଲୀଜାଦେହ କହିଛନ୍ତି, ନିଶ୍ଚିତ ରୂପେ ଏହି ଆକ୍ରମଣ ବ୍ୟକ୍ତିଗତ ଥିଲା ଏବଂ ରାଜ୍ୟପାଳଙ୍କ ନିଯୁକ୍ତି କିମ୍ବା ତାଙ୍କ ଦ୍ଵାରା କୌଣସି କାର୍ଯ୍ୟରେ ଏହା ସଂପୃକ୍ତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.