Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବିମାନରେ ଲାଗିଲା ନିଆଁ, ୧୦୦ ଜଣ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

20/03/2019 at 11:27 AM

ତେହେରାନ୍‌ ୨୦|୩ : ଇରାନର ତେହେରାନ୍‌ର ମେହେରାବାଦ ବିମାନବନ୍ଦରରେ ଅବତରଣ ସମୟରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଛି । ବିମାନରେ ଥିବା ୧୦୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏକ ଗଣମାଧ୍ୟମକୁ ଜରୁରୀକାଳୀନ ବିଭାଗର ମୁଖ୍ୟ ପୀର୍‌ ହୋସେନ୍‌ କୋଲିବନ୍ଦ ଏ ନେଇ ସୂଚନା ଦେଇଛନ୍ତି ।

ପୀର୍‌ ହୋସେନ୍‌ କୋଲିବନ୍ଦ କହିଛନ୍ତି ଯେ, ବିମାନ ଅବତରଣର ଲ୍ୟାଣ୍ଡିଙ୍ଗ୍‌ ଗିଅର୍‌ ଠିକ୍‌ ଭାବେ ନ ଖୋଲିବାରୁ ବିମାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପାଇଲଟ୍‌ ବିମାନଟିର ପଛ ଚକ ଖୋଲିବାକୁ ସମର୍ଥ ହୋଇ ନ ଥିଲେ। ସମସ୍ତ ଚକ ଖୋଲିବାକୁ ଚେଷ୍ଟା ଚଳାଇ ପାଇଲଟ୍‌ ବିମାନଟିକୁ ଅନେକ ଥର ଚକ୍କର କାଟିଥିଲେ । କିନ୍ତୁ କିଛି ସୁଫଳ ମିଳି ନଥିଲା। ଶେଷରେ ବିମାନଟି ସିଧାସଳଖ ଭୂମି ସ୍ପର୍ଶ କରି ଓହ୍ଲାଇଥିଲା। ବିମାନଟି ଉପସାଗରରେ ଥିବା ଏକ ଇରାନୀୟ ଦ୍ବୀପରୁ ରାଜଧାନୀ ଅଭିମୁଖେ ଯାତ୍ରା କରୁଥିଲା।

ଫାର୍ସ ଖବର ସରବରାହ ସଂସ୍ଥା କହିଛି ଯେ, ଫୋକ୍କର୍‌ ୧୦୦ ମଡେଲ୍‌ର ଏହି ବିମାନଟି ଇରାନ୍‌ ଏୟାର୍‌ ମାଲିକାନାରେ ରହିଛି ।

   Related Posts