ଏହି ମଡେଲଙ୍କୁ ଇରାନୀ ଐଶ୍ବର୍ଯ୍ୟା ରାୟ କୁହାଯାଏ, ଲକ୍ଷ ଲକ୍ଷ ଲୋକଙ୍କ ଦିଲରେ କରନ୍ତି ରାଜ

Published By : Prameya-News7 Bureau | October 12, 2019 IST

ନୂଆ ଦିଲ୍ଲୀ ୧୨|୧୦: ଇରାନର ମହିଳାମାନେ ନିଜ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ବରେ ଚର୍ଚ୍ଚାରେ ଥାନ୍ତି। ଇରାନର ଝିଅମାନେ ବହୁତ ସୁନ୍ଦର ଥାନ୍ତି। ଏହି ସ୍ଥାନର ଯୁବତୀମାନେ କୌଣସି ଅପସରା ବା ପରୀଙ୍କଠୁ କମ ନୁହଁନ୍ତି। ସେମାନଙ୍କ ଏହି ସୌନ୍ଦର୍ଯ୍ୟର ରାଜ କଣ ଜାଣିବାକୁ ସମସ୍ତେ ଜାଣିବାକୁ ସମସ୍ତେ ଅପେକ୍ଷା କରିଥାନ୍ତି।

{"id":169046}

ସମସ୍ତଙ୍କ ମଧ୍ୟରୁ ଇରାନୀ ମଡେଲ ମହାଲଗା ଜାବେରୀ ଏବେ ଅଧିକ ଚର୍ଚ୍ଚାରେ ଅଛନ୍ତି। କାରଣ ଇରାନର ଅନେକ ଲୋକ ଏହି ମଡେଲଙ୍କ ତୁଳନା ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ସହ କରନ୍ତି।

{"id":169047,"width":576,"height":467}

 ମହାଲଗା ଜାବେରୀ ଜନ୍ମସ୍ଥାନ ହେଉଛି ଇରାନ ହେଲେ ସେ ଆମେରିକାରେ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ଫଲୋଅର୍ସ ଅଛନ୍ତି। ତାଙ୍କ ଲୋକପ୍ରିୟତା ସକୌଣସି ଅଭିନେତ୍ରୀଙ୍କଠାରୁ କମ ନୁହେଁ। ସେ ସୋସିଆଲ ମିଡିଆର ସୁପରଷ୍ଟାର ଭାବେ ପରିଚିତ। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ୧.୯ ମିଲିୟନ ଫଲୋଅର୍ସ ଅଛନ୍ତି।

{"id":169048}

ଏହି ମଡେଲ ୱାଲଟର ମେଣ୍ଡେଜ ମିସ ହୋଲି କ୍ଲୋଥିଂ ଓ ଡିଜାଇନ୍ସ ପାଇଁ ମଡେଲିଂ କରିଛନ୍ତି। ମହାଲଗା ବ୍ୟାୟାମ କରିବାକୁ ବହୁତ ଭଲ ପାଆନ୍ତି। ସବୁଦିନ ଯୋଗ କରିବାକୁ ପସନ୍ଦ କରନ୍ତି ଏହି ଇରାନୀ ମଡେଲ। ଜିମ୍‌ ନଜାଇ ସେ ଯୋଗ କରିବାକୁ ଭଲ ପାଆନ୍ତି। ତାଙ୍କ ଅନୁସାରେ ଯୋଗ ତାଙ୍କୁ ପର୍ଫେକ୍ଟ ଫିଗର ରଖିବାରେ ଓ ମନର ଶାନ୍ତି ପାଇଁ ସାହାଯ୍ୟ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.