ଇରାନ୍ କ୍ଷେପଣାସ୍ତ୍ର ମାଡରେ ୮୦ ନିହତ : ମଧ୍ୟପ୍ରାଚ୍ୟରେ ଜଳିଲା ନିଆଁ, ଆକାଶପଥ ସହ ଜଳପଥ ବଦଳାଇଲେ ଅନେକ ଦେଶ, କାନାଡା ପଠାଇଲା ସୈନ୍ୟ

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୦୮/୦୧-  ଇରାନର କ୍ଷେପଣାସ୍ତ୍ର ମାଡରେ  ଅତିକମ୍ରେ ୮୯ ନିହତ । ଏପରି ଦାବି କରିଛି ତେହେରାନ । ଇରାକ୍ ସ୍ଥିତ ଆମେରିକୀୟ ବିମାନ ଘାଟି ଉପରେ ବିଳମ୍ବିତ ରାତ୍ରିରେ  କ୍ଷେପଣାସ୍ତ୍ର ମାଡ କରିଥିଲା ଇରାନ୍ । ଏହା ଫଳରେ ମଧ୍ୟପ୍ରାଚ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଆମେରିକା- ଇରାନ ଲଢେଇ ଜଳାଇଛି ନିଆଁ । ଆମେରିକା ସମେତ ଅନେକ ରାଷ୍ଟ୍ର  ମଧ୍ୟପ୍ରାଚ୍ୟ ଦେଇ ବିମାନ ଉଡାଣକୁ ବାତିଲ କରିଛନ୍ତି ଅଥବା ରୁଟ୍ ବଦଳାଇଛନ୍ତି । ତାସହ ଇରାନ ଓ ସାଉଦି ଆରମ ମଧ୍ୟରେ ସମୁଦ୍ରପଥକୁ ବିପଦଜନକ କହି ଦୂରେଇଛନ୍ତି ଅନେକ ରାଷ୍ଟ୍ର ।ଭାରତୀୟ ବିମାନ ଗୁଡିକୁ ଇରାନ୍, ଇରାକ୍ ଆକାଶ ପଥ ଦେଇ ନଯିବାକୁ କୁହାଯାଇଚି । ତା ସହ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗର କୁ ଏଡାଇ ଯିବାକୁ ନିର୍ଦ୍ଦେଶ ଜାରି ହୋଇଛି ।ଅନ୍ୟ କିଛି ରାଷ୍ଟ୍ର ଏନେଇ ଆଡଭାଇଜରି ଜାରି ମଧ୍ୟ କରିଛନ୍ତି ।ସେପଟେ ଇରାନ ରାଷ୍ଟ୍ରପତି ଖୁବଶିଘ୍ର ଇରାନୀୟ ଷ୍ଟେଟ ଟେଲିଭିଜନରେ ଏକ ବାର୍ତ୍ତା ଦେବେ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣକୁ  ବ୍ରିଟେନ ନିନ୍ଦା କରିଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଦେଖି କୁଏତ ଘାଟୀକୁ ୩୦୦ ସୈନ୍ୟ ପଠାଇବାକୁ କାନାଡା ଘୋଷଣା କରିଛି ।

{"id":208439,"sizeSlug":"large"}

   ଇରାନର ଷ୍ଟେଟ ଟେଲିଭିଜନ ସୂଚନା ଅନୁଯାୟୀ ଗତକାଲି ରାତି ୧ ଟା ୪୫ ମିନିଟରୁ ୨ ଟା ୧୫ ମିନିଟ (ଭାରତୀୟ ସମୟ) ରେ ୧୫ ଟି ଇରାନୀୟ କ୍ଷେପଣାସ୍ତ୍ର ଇରାକ ସ୍ଥିତ ଆମେରିକୀୟ ଏୟାର ବେସ୍ ଉପରେ ଆକ୍ରମଣ କରିଥିଲା । ଏଥିରେ ୮୯ ଆମେରିକୀୟ ଆତଙ୍କବାଦୀ ନିହତ ହୋଇଛନ୍ତି ।ଏଥିରେ ଆମେରିକାର କିଛି ହେଲିକପ୍ଟର ଏବଂ ବିପୁଳ ସାମରିକ ଯନ୍ତ୍ରାଂଶ ନଷ୍ଟ ହୋଇଥିବା ଦାବି କରିଛି ଇରାନୀୟ ଷ୍ଟେଟ ଟିଭି ।ତେବେ ଇରାକ ପକ୍ଷରୁ  କୁହାଯାଇଛି, ପ୍ରାୟ ୨୨ ଟି ରକେଟ ଏବଂ କ୍ଷେପଣାସ୍ତ୍ର  ଆମେରିକାର ଇରାକୀ ଏୟାର ବେସ୍ ରେ  ମାଡ ହୋଇଛି ।ସେଥିରୁ ଏନ୍ ଅଲ ଆସାଦ ଏୟାର ବେସ୍ରେ ୧୭ ଟି କ୍ଷେପଣାସ୍ତ୍ର ମାଡ ହୋଇଥିବା ବେଳେ  ଏବଂ ଅରବିଲ ଘାଟିରେ ୫ ଟି କ୍ଷେପଣାସ୍ତ୍ର ବା ରକେଟ ମାଡ ହୋଇଛି ।ତେବେ ଏଥିରେ କୌଣସି ଇରାକୀ ନିହତ ହୋଇନଥିବା ବାଗଦାଦ ସ୍ପଷ୍ଟ କରିଛି ।

{"id":208440,"sizeSlug":"large"}

  ବିଭିନ୍ନ ଦେଶ ମଧ୍ୟପ୍ରାଚ୍ୟ ସ୍ଥିତିକୁ ଦେଖି ଇରାକ୍  ଆକାଶ ପଥରୁ ଦୂରେଇଛନ୍ତି । ଆମେରିକା ସରକାରଙ୍କ ନିୟନ୍ତ୍ରୀତ ଫେଡେରାଲ ଆଭିଏସନ ଆଡମିନଷ୍ଟ୍ରେସନ ଇରାକ୍ ଆକାଶ ସହ ଗଲଫ୍ ଅଫ ଓମାନ ଏଟାର ରୁଟରେ ବିମାନ ଉଡାଣ ନିଷେଧ କରିଛି । ଏହା ସହ ଅରାନ, ସାଉଦିଆରବ ସମୁଦ୍ରପଥ ଉପର ଆକାଶରେ ମଧ୍ୟ ବିମାନ ଉଡାଣକୁ ବାରଣ କରିଛି ଏଫଏଏ ।କାନାଡା ସରକାରଙ୍କ ଟ୍ରାନ୍ସପୋର୍ଟ କାନାଡା  ମଧ୍ୟ ଏଫଏଏ ସହ ଯୋଗାଯୋଗ ରଖି ତାର ବିମାନ ଗୁଡିକୁ ସତର୍କ କରିଛି ।ଏୟାର କାନାଡା ତାର ବିମାନଗୁଡିକପ ବିକଳ୍ପ ଆକାଶ ପଥରେ ଉଡାଣ ଲାଗି ନିର୍ଦ୍ଦେଶ ଦେଇଛି । ସିଙ୍ଗାପୁର ଏୟାରଲାଇନ୍ସ, କ୍ବାଣ୍ଟାସ ଏବଂ ଅନ୍ୟ ଏୟାରଲାଇନ୍ସ ମଧ୍ୟ ମଧ୍ୟ ପ୍ରାଚ୍ୟର କିଛି ଆକାଶପଥକୁ ବାତିଲ କରିଛନ୍ତି ।  ଏମିରେଟ୍ସ ଏୟାର ଲାଇନ୍ସ ବାଗଦାଦ୍କୁ ବିମାନ ଉଡାଣ ମଧ୍ୟ ବାତିଲ କରିଛି ।

{"id":208441,"width":587,"height":354,"sizeSlug":"large"}

 ଇରାନ୍ର ଆକ୍ରମଣ ପରେ ବାଗଦାଦ ଆକାଶରେ ସାମରିକ ଅଭିଯାନ ଅଧିକ ସକ୍ରିୟ ହୋଇଥିବା ଦେକାଯାଇଛି । ବାଗ୍ଦାଦ୍ ଆକାଶରେ ଯୁଦ୍ଧଜେଟ୍ ପଇଁତରା ମାରୁଛି । କିନ୍ତୁ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ଇରାନ୍ର ଆକ୍ରମଣକୁ ଗୁରୁତ୍ବ ନଦେଇ ଅଲ୍ ଇଜ୍ ୱେଲ୍ ଲେଖି ଟ୍ବିଟ୍ କରିଛନ୍ତି ।ଏସବୁ ସତ୍ତ୍ବେ ଆମେରିକା ମଧ୍ୟପ୍ରାଚ୍ୟରେ ତାର ସାମରିକ ଶକ୍ତି ବୃଦ୍ଧି କରିବାର ସଂକେତ ଦେଇଛି . ଏବଂ ସେପଟେ ଇରାନ ମଧ୍ୟ ତାର ଅଭିଯାନ ଜାରି ରଖିଛି । ଯଦି ଆମେରିକା ପକ୍ଷରୁ  କିଛି ସାମରିକ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ୧୦୦ ଆମେରିକୀୟ ଠିକଣା ଉପରେ ଆକ୍ରମଣ ହେବ ବୋଲି ଇରାନୀୟ ଷ୍ଟେଟ ଟେଲିଭିଜନରେ ଚେତାବନୀ ଦେଇଛନ୍ତି ଇରାନ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.