ଇରାନରେ ବିମାନ ଦୁର୍ଘଟଣାରେ ୧୭୦ ଲୋକଙ୍କ ମୃତ୍ୟୁ ପରେ ଭୂମିକମ୍ପ ଝଟକା
8/01/2020 at 11:17 AM

ଇରାନ୍ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ତିକ୍ତତା ଏବଂ ଯୁଦ୍ଧ ସମ୍ଭାବନା ମଧ୍ୟରେ ରାଜଧାନୀ ତେହରାନରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ପାଖରେ ଉଡ଼ାଣ ପରେ ଏକ ବୋଇଙ୍ଗ୍ ବିମାନ କ୍ରାଶ୍ ହୋଇ ଯାଇଛି ଯେଉଁଥିରେ ୧୭୦ଯାତ୍ରୀ ଥିଲେ। ଏବେ ବୁଶହରର ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ପାଖରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।
ଇରାନର ରାଜଧାନୀ ତେହରାନ ସ୍ଥିତ ଇମାମ ଖୁମୈନି ଆନ୍ତର୍ଜାତୀୟ ବିମାନ ବନ୍ଦର ପାଖରେ ଏକ ବୋଇଙ୍ଗ ୭୩୭ ବିମାନ କ୍ରାଶ୍ ହୋଇ ଯାଇଛି। ଏହି ବିମାନ ୟୁକ୍ରେନର ଥିଲା ଏବଂ ଏଥିରେ ଥିବା ୧୭୦ଯାତ୍ରୀଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଫ୍ଲାଇଟ୍ ନମ୍ବର ପିଏସ୍ ୭୫୨ ବିମାନ ଯେତେବେଳେ ଦୁର୍ଘଟଣାର ଶିକାର ହୋଇଥିଲା ସେତେବେଳେ ଏହା ୭୯୦୦ଫୁଟ ଉଚ୍ଚତାରେ ଥିଲା।
Related Posts
୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20 January 2021
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20 January 2021