ଇରାନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ସୟଦ ଅଲିଙ୍କ ଭାରତ ପ୍ରେମ, ହିନ୍ଦୀରେ କରିଛନ୍ତି ଟ୍ୱିଟର ଆକାଉଣ୍ଟ

Published By : Prameya-News7 Bureau | August 09, 2020 IST

ତେହେରାନ ୯।୮: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା  ସୟଦ ଅଲି ଖାମନଇ ଶେଷରେ ସୋସିଆଲ ମିଡିଆ ଜଗତକୁ ପ୍ରବେଶ କରିଛନ୍ତି। ସେ ଟ୍ୱିଟରରେ  ଆକାଉଣ୍ଟ କରିଥିବା ବେଳେ ଏଥିରେ ଭାରତର ରାଷ୍ଟ୍ରଭାଷା ହିନ୍ଦୀକୁ ମଧ୍ୟ ସାମିଲ କରିଛନ୍ତି। ଏଥିରୁ ଅୟାତୁଲ୍ଲା ସୟଦ ଅଲି ଖାମନଇଙ୍କର ଭାରତ ପ୍ରତି ଥିବା ଅତୁଟ ଶ୍ରଦ୍ଧା ପ୍ରମାଣିତ ହେଉଥିବା ବେଳେ ଫାରସୀ, ଅରବୀ, ଉର୍ଦ୍ଦୁ, ଫ୍ରେଞ୍ଚ, ସ୍ପେନୀୟ, ଋଷୀୟ ଓ ଇଂରାଜୀ ଭଳି ଭଷାରେ ମଧ୍ୟ ତାଙ୍କର ଆକାଉଣ୍ଟ ଖୋଲିଛନ୍ତି।

{"id":312193,"width":576,"height":517,"sizeSlug":"large"}

ସୂଚନା ଯୋଗ୍ୟ ଯେ ଭାରତର ଉତ୍ତରପ୍ରଦେଶ ବାରାବାଙ୍କି ସହ ଆୟତୁଲ୍ଲା ଖାମନଇଙ୍କ ଗଭୀର ସମ୍ପର୍କ ରହିଛି। ତାଙ୍କ ଜେଜେ ସୟଦ ଅହମ୍ମଦ ମସୁବୀ ମୂଳ ଭାରତୀୟ ଥିଲେ ଓ ସେ ବାରାବାଙ୍କିରେ ଜନ୍ମ ହୋଇଥିଲେ। ଏଣୁ ଭାରତ ପ୍ରତି ଅୟାତୁଲ୍ଲା ଖାମନଇଙ୍କ ଦୁର୍ବଳତା ରହିଛି। ୧୮୩୦ ମସିହାରେ ଅୟାତୁଲ୍ଲାଙ୍କ ଜେଜେ ଅବୋଧ ରାଜାଙ୍କ ସହ ଇରାନ ଯାତ୍ରାରେ ଯାଇଥିଲେ। ଏହି ଗସ୍ତ କାଲରେ ଅହମ୍ମଦ ମସୁବୀଙ୍କୁ ଇରାନର ଖାମନଇ ଗାଁ ବହୁତ ଭଲ ଲାଗିଥିଲା ଓ ସେ ସହିଠାରେ ହିଁ ରହିଯାଇଥିଲେ।

wp:html /wp:html

ସମୟ ସହ ସେ ଖାମନଇର ବାସିନ୍ଦା ହୋଇଯାଇଥିଲେ ଓ ତାଙ୍କ ନାମ ସହ ଖାମନଇ ଜଡିତ ହୋଇଯାଇଥିଲା। ଧିରେ ଧିରେ ପରିବାରର ଲୋକେ ଇରାନ ରାଜନୀତି ସହ ସମ୍ପୃକ୍ତ ହୋଇଥିଲେ ଓ କ୍ରମଶଃ ଦେଶର ନେତୃତ୍ୱଙ୍କ ସହ ସମ୍ପର୍କ ପ୍ରଗାଢ ହୋଇଥିଲା। ତେବେ ଭାରତ ସହ ତାଙ୍କ ସମ୍ପର୍କ ଯୋଗୁ ଅନେକବାର ତାଙ୍କୁ ଭାରତର ଏଜେଣ୍ଟ ବୋଲି ମଧ୍ୟ ପ୍ରତିପକ୍ଷ ଅଭିଯୋଗ କରୁଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.