ଆମେରିକା ବିରୋଧରେ ଇରାନର ଅଭିଯାନ ଆରମ୍ଭ, ଏବେ ଏବେ ହୋଇଛି ଏହି ଆକ୍ରମଣ

Published By : Prameya-News7 Bureau | January 05, 2020 IST

ତେହେରାନ ୫।୪:   କାସୀମ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବା ଲାଗି ଇରାନ ଘୋଷଣା କରିଥିଲା। ସେହି ଅନୁସାରେ ଆମେରିକା ବିରୋଧରେ ଅଭିଯାନ ଆରମ୍ଭ କରିଦେଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକା ଉପରେ ବଡ ଧରଣର ସାଇବର ଆକ୍ରମଣ କରିଛି ଇରାନ। ଫଳରେ ଆମେରିକାର ହୋଇଥିବା କ୍ଷୟକ୍ଷତିର ଏପର୍ଯ୍ୟନ୍ତ ଆକଳନ ହୋଇ ନଥିଲେ ହେଁ ଆଗକୁ ଦୁଇ ଦେଶ ପରସ୍ପର ଉପରେ ଏପରି ଛଦ୍ମ ଆକ୍ରମଣ କରିବେ ବୋଲି ଆଶଙ୍କା କରାଯାଉଛି।

{"id":207364,"sizeSlug":"large"}

ଶନିବାର ସୁଲେମାନୀଙ୍କ ଶବଯାତ୍ରା ବାହାର କରାଯାଇଥିବା ବେଳେ ରବିବାର ମସଜିଦ୍ ଗମ୍ବୁଜରେ ଲାଲ ପତାକା ଲଗାଇ ଇରାନ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଲୋକେ ଲାଉଡ ସ୍ପିକର ଲଗାଇ ଦୁଆ କରୁଥିବା ବେଳେ ଇରାନର ସାଇବର ଆକ୍ରମଣ ସୂଚନା ହସ୍ତଗତ ହୋଇଛି। ଏଥିରେ ଇରାନୀ ହ୍ୟାକରମାନେ ଆମେରିକାର ଫେଡେରାଲ ଡିପୋଜିଟ୍ରି ଲାଇବ୍ରେରୀ ପ୍ରୋଗ୍ରାମ ହ୍ୟକ୍‌ କରି ସେଥିରେ ଆୟତୁଲ୍ଲା ଅଲି ଖୋମନୈ ଓ ସୁଲେମାନୀଙ୍କ ଫଟୋ ପୋଷ୍ଟ କରିଦେଇଛି।

{"id":207365,"sizeSlug":"large"}

ହ୍ୟାକରମାନେ ଇରାନୀ ସାଇବର କ୍ଷମତାର ଏହା ଏକ ଛୋଟ ନମୁନା ବୋଲି ବି ଉଲ୍ଲେଖ କରିଥିବା ବେଳେ ଏବେ ଆମେରିକୀୟ ୱେବସାଇଟ୍ ଓ ମେଲ ବିପଦରେ ପଡିଯାଇଥିବା ଅନୁମାନ କରାଯାଉଛି। ଇରାନ ଯୁଦ୍ଧମନୋଭାବ ପୋଷଣ କରୁଛି। ଏଣୁ ଡୋନାଲ୍ଡ ଟ୍ରମ୍ଫ ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ଆମେରିକା ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି। ଆମେରିକା ଇଛା କଲେ ଏକକାଳୀନ ଇରାନର ୫୨ଟି ଠିକଣା ଧ୍ୱଂସ୍ତ କରିପାରିବ ବୋଲି ଚେତବାନୀ ଦେଇଛନ୍ତି ଟ୍ରମ୍ଫ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.