ପ୍ରତିଶୋଧ ପାଇଁ ଫସିଗଲା ଇରାନ୍‌- ଏବେ ନିଜ ଦେଶର ଲୋକ କରୁଛନ୍ତି ବିରୋଧ ପ୍ରଦର୍ଶନ

Published By : Prameya-News7 Bureau | January 12, 2020 IST

ତେହେରାନ୍‌ ୧୨।୦୧ - ଆମେରିକାର ଡ୍ରୋନ ଆକ୍ରମଣରେ ଇରାନ୍‌ର ସେନା ଜେନେରାଲ କାସିମ୍‌ ସୁଲେମାନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଇରାନ୍‌ ଓ ଆମେରିକା ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଇରାକ୍‌ରେ ଥିବା ଆମେରିକାର ବିଭିନ୍ନ ସୈନ୍ୟ ଆଡ୍ଡା ଉପରେ ଇରାନ୍‌ ପକ୍ଷରୁ ମିସାଇଲ୍‌ ମାଡ କରାଯାଇଥିଲା । ଏହି ସମୟରେ ଇରାନ୍‌ ଏକ ବଡ ଭୁଲ୍‌ କରିଛି । ଏଥିପାଇଁ ୧୭୬ ଜଣ ନିରୀହ ଲୋକଙ୍କର ପ୍ରାଣ ଯାଇଛି । ଇରାନ୍‌ର ମିସାଇଲ୍‌ ମାଡରେ ଏକ ଯାତ୍ରୀବାହୀ ବିମାନ କ୍ଷତିଗ୍ରସ୍ତ ହୋଇଛି।

{"id":209761,"width":549,"height":345,"sizeSlug":"large"}

ୟୁକ୍ରେନର ଏହି ବିମାନ ତେହେରାନ୍‌ର ଉଡାଣ ଭରିବାର କିଛି ସମୟ ପରେ ମିସାଇଲ୍‌ ମାଡ ହୋଇଥିଲା । ଏହା ଆକାଶର ଜଳିଯିବା ସହ ଖଣ୍ଡ ବିଖଣ୍ଡ ହୋଇ ତଳକୁ ଖସି ପଡିଥିଲା । ବିମାନରେ ଅଧିକାଂଶ କାନାଡାର ନାଗରିକ ଥିଲେ ।ୟୁକ୍ରେନର ବିମାନକୁ ଭୁଲ୍‌ରେ ମିସାଇଲ୍‌ ମାଡ କରି ଖସାଇ ଦେଇଥିବା ଇରାନ୍‌ ସ୍ୱୀକାର କରିଛି । ଏଥିରେ ୧୭୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମିସାଇଲ୍‌ ମାଡ ପରେ ବିମାନଟି ମଝି ଆକାଶରେ ଜଳିଯିବା ସହ ଖସି ପଡିଥିଲା ।

ଇରାକ୍‌ରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ ଆକ୍ରମଣ କରିବା ଓ କ୍ଷେପଣାସ୍ତ୍ର ମାଡ କରିବାର କିଛି ସମୟ ପରେ ଗତ ବୁଧବାରରେ ୟୁକ୍ରେନର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମଝି ଆକାଶରେ ଏହା ଜଳିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଇରାନ୍‌ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନଥିଲା । ହେଲେ ଶନିବାରରେ ଭୁଲ୍‌ରେ ମିସାଇଲ୍‌ ମାଡ କରି ଏହି ବିମାନକୁ ଖସାଇ ଦିଆଯାଇଥିବା କଥା ଇରାନ୍‌ ସ୍ୱୀକାରକରିଛି।

{"id":209757,"width":566,"height":312,"sizeSlug":"large"}

ପୂର୍ବରୁ ଇଂଲଣ୍ଡ ଇରାନ୍‌ ଏହି ବିମାନକୁ ଇରାନ୍‌ ମିସାଇଲ୍‌ ମାଡ କରି ଖସାଇଥିବା କଥା ଦାବି କରିଥିଲା । ବିମାନରେ ଥିବା ସମସ୍ତ ୧୭୬ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାନବୀୟ ଭୁଲ୍‌ ଯୋଗୁଁ ଏହି ବିମାନକୁ ମିସାଇଲ୍‌ ମାଡ କରି ଖସାଇ ଦିଆଯାଇଥିବା ଇରାନ୍‌ ସ୍ୱୀକାର କରିଛି । ପ୍ରଥମେ ବିମାନରେ ଯାନ୍ତ୍ରୀକ ତୃଟି ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବ ଇରାନ୍‌ କହିଥିଲା ।

ଇରାନ୍‌ର ରାଷ୍ଟ୍ରପତି ଏ ବିଷୟରେ ଟ୍ୱିଟ୍‌ କରିଛନ୍ତି। ଏହି ଅକ୍ଷମଣୀୟ ଭୁଲ୍‌ ପାଇଁ ଦାୟୀ ଲୋକଙ୍କ ବିରୋଧରେ ମକୋଦ୍ଦମା ଚାଲିବ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ବିମାନରେ ଥିବା ସମସ୍ତ ଯାତ୍ରୀ ଜୀବନନ୍ତ ଦଗ୍ଧ ହୋଇଯିବା ସହ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

ବିମାନଟି ଇରାନ୍‌ର ସେନା ଶିବିର ଉପରେ ଉଡାଣ ଭରିଥିଲା । ଏବେ ଏହାର ଯାଞ୍ଚ କରାଯାଉଥିବା ଇରାନ୍‌ କହିଛି । ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହାର ଯାଞ୍ଚ କରାଯାଉଥିବା ବିଶେଷଜ୍ଞମାନେ ବିମାନଟି ଭୂମିରେ ପିଟି ହୋଇଯାଇଥିବା କଥା ପ୍ରକାଶ କରିଥିଲେ ।

{"id":209756,"width":556,"height":375,"sizeSlug":"large"}

ମୃତକମାନଙ୍କ ମଧ୍ୟରେ ୬୩ ଜଣ କାନାଡା,୧୧ ଜଣ ୟୁକ୍ରେନ ୧୦ ୦ଜଣ ସ୍ୱୀଡେନ୍‌ ୪ ଜଣ ଆଫଗାନୀସ୍ତାନ ୩ ଜଣ ଜର୍ମାନୀ ଓ ୩ ଜଣ ୟୁକେର ନାଗରିକ ଥିଲେ ।

ଏବେ ଇରାନର ନାଗରିକ ଏହାର ବିରୋଧ କରୁଛନ୍ତି । ହଜାର ହଜାର ଲୋକ ଇରାନ୍‌ର ଏହି ଭୁଲ୍‌ ପାଇଁ ତେହେରାନ୍‌ର ରାସ୍ତାକୁ ଓହ୍ଲାଇବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଇରାନ୍‌ର ସର୍ବୋଚ୍ଚ ନେତା ଖମନେଇଙ୍କୁ ହତ୍ୟାକାରୀ ଦର୍ଶାଇବା ସହ ହଜାର ହଜାର ଛାତ୍ର ଓ ସାଧାରଣ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । ଇରାନ୍‌ରେ ଏକଛତ୍ରବାଦ ଶାସନ ଶେଷ କରିବା ପାଇଁ ଲୋକମାନେ ଦାବିକରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ସେ ଇରାନ୍‌ର ଲୋକଙ୍କ ସହ ଥିବା କଥା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.