ଇରାନର ଚେତାବନୀ: ଆଉ କେଇଟା ମାସରେ ତିଆରି କରିବୁ ପରମାଣୁ ବୋମା

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭।୦୬: ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଜାରି ରହିଛି। ଆମେରିକା ଇରାନ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇ ରଖିଛି। ଏବେ କରୋନା ପରି ସଙ୍କଟ ସମୟରେ ଇରାନ ବିଶ୍ଵ ସମୁଦାୟକୁ ଚେତାବନୀ ଦେଇ କହିଛି ଯେ,  ଆଉ କେଇଟା ମାସ ମଧ୍ୟରେ ସେ ପରମାଣୁ ବୋମା ତିଆରି କରିବ। ଇରାନ କିଛି ମାସ ଭିତରେ ପରମାଣୁ ବୋମା ତିଆରି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ୟୁରୋନିୟମ ଗଚ୍ଛିତ କରି ରଖିଥିବା ଜଣେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।

ଅନ୍ତରାଷ୍ଟ୍ରୀୟ ପରମାଣୁ ଉର୍ଜା ସଙ୍ଘର ପୂର୍ବତନ ଉପ ମହା ନିର୍ଦ୍ଦେଶକ ଡ. ଅଲି ହେନୋନଙ୍କ ଅନୁଯାୟୀ ଦୁଷ୍ଟ ଦେଶ ପାଖରେ ବ୍ୟବହାରଯୋଗ୍ୟ ପରିମାଣୁ ଅସ୍ତ୍ର ଶସ୍ତ୍ର ତିଆରି ପାଇଁ ପର୍ଯ୍ୟାପ୍ତ ଉପକରଣ ରହିଛି। ୨୦୧୫ରେ ପରମାଣୁ ଚୁକ୍ତିନାମା ଆଧାରରେ ଇରାନରେ ପରମାଣୁ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। କିନ୍ତୁ ଆମେରିକା ୨୦୧୮ରେ ଏଥିରୁ ଓହରି ଯାଇଥିଲା।

ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ଏବେ ମଧ୍ୟ ୨୦୧୫ର ରାଜିନାମା  ଜାରି ରଖାଯିବା ଚାହୁଁଛନ୍ତି ମାତ୍ର ତେହରାନ ଗତ ବର୍ଷ ଘୋଷଣା କରିଥିଲା ଯେ, ୨୦୧୮ରେ ଆମେରିକା ରାଜିନାମାରୁ ଓହରିବା ପରେ ସେ ମଧ୍ୟ ଏହାର ପାଳନ କରିବ ନାହିଁ। ଏହା ପରଠୁ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଅନେକ ସମୟରେ ଇରାନ ପରମାଣୁ ବୋମା ନେଇ ଧମକ ଦେଇ ଆସିଛି।

ଅନ୍ତରାଷ୍ଟ୍ରୀୟ ପରମାଣୁ ଉର୍ଜା ସଙ୍ଘର ପୂର୍ବତନ ଉପ ମହା ନିର୍ଦ୍ଦେଶକ ଡ. ଅଲି ହେନୋନ କହିଛନ୍ତି ଇରାନ କେବଳ ସେଣ୍ଟ୍ରିଫ୍ୟୁଜ୍ ସଂଖ୍ୟା ବୃଦ୍ଧି କରି ନାହିଁ ବରଂ ଏକ ଟନ୍‌ ସମୃଦ୍ଧ ୟୁରାନିୟମର ଉତ୍ପାଦନ କରିଛି, ଯାହା ୪.୫ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ।

{"id":282746,"sizeSlug":"large"}

ବାସ୍ତବରେ ଏହା ପରମାଣୁ ଉପକରଣ ତିଆରି ପାଇଁ ପର୍ଯ୍ୟାପ୍ତ ଅଟେ। ଇରାନ ଏହାକୁ ୯୦ ପ୍ରତିଶତ ସ୍ତର ପର୍ଯ୍ୟନ୍ତ ବଢାଇବାକୁ ମଧ୍ୟ ଚାହୁଁଛି। ଏହି ସମୟରେ ମଧ୍ୟରେ ଇରାନ ଅତିରିକ୍ତ ସେଣ୍ଟ୍ରିଫ୍ୟୁଜନ୍ ପ୍ରସ୍ତୁତ କରି ସାରିଛି ଏବଂ ସେଣ୍ଟ୍ରିଫ୍ୟୁଜନ୍‌ର ନୂତନ ମୋଡେଲ୍‌ ପରୀକ୍ଷଣ କରୁଛି।

ଅଧିକ ସେଣ୍ଟ୍ରିଫ୍ୟୁଜନ୍‌ ବିକଶିତ ହେବାରେ ଅଧିକ ବର୍ଷ ଲାଗିଲେ ମଧ୍ୟ ଇରାନ ପାଖରେ ୨୦୦୦ କମ କ୍ଷମତା ବିଶିଷ୍ଟ ସେଣ୍ଟ୍ରିଫ୍ୟୁଜନ୍ ରହିଛି। ହେନୋଇନ୍ କହିଛନ୍ତି, ଯଦି ୨୦୦୦ ସେଣ୍ଟ୍ରିଫ୍ୟୁଜନ୍‌କୁ ଯୋଡା ଯାଏ ତେବେ ଇରାନ ପରମାଣୁ କାର୍ଯ୍ୟକ୍ରମ ଦ୍ଵିଗୁଣ ହୋଇଯିବ।

ଏହା ଦୁନିଆ ପାଇଁ ବଡ ବିପଦ ନେଇ ଆସିବ। ଗୋଟିଏ ପରମାଣୁ ଅସ୍ତ୍ର ପାଇଁ ଅତ୍ୟଧିକ ସମୃଦ୍ଧ ୟୁରେନିୟମର ଉତ୍ପାଦନ ପାଇଁ ଦୁଇରୁ ତିନି ମାସ ସମୟ ଲାଗିଥାଏ। ଇରାନର ପରମାଣୁ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଇରାନ ସଂଯୁକ୍ତ ଯୋଜନା ଓ ଅପ୍ରସାର ପରମାଣୁ ରାଜିନାମାକୁ କ୍ରମାଗତ ଉଲ୍ଲଂଘନ କରି ଆସିଛି। ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହି ରାଜିନାମାରୁ ପୂର୍ବରୁ ଓହରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.