Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦିଲ୍ଲୀ ବିସ୍ଫୋରଣରେ ଇରାନ୍ ଲିଙ୍କ୍ ! ‘ପରମାଣୁ ବୈଜ୍ଞାନିକଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ, ଆଗକୁ ପରିଣତି ଭୟଙ୍କର ହେବ’

30/01/2021 at 3:19 PM

ନୂଆଦିଲ୍ଲୀ ୩୦/୦୧ : ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା IED ବିସ୍ଫୋରଣ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦ୍ବାରା ଏହାର ତଦନ୍ତ ଜାରି ରହିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଏବଂ କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି । ଏହାରି ମଧ୍ୟରେ ଜୈଶ-ଉଲ-ହିନ୍ଦ୍ ନାମକ ସଂଗଠନ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । କିନ୍ତୁ ଏହା କେଉଁ ସଂଗଠନ, ଏହି ସଂଗଠନ କାହା ସହିତ ଲିଙ୍କ୍‌ରେ ଅଛି ଏହାର ତଦନ୍ତ, ଯାଞ୍ଚ ଏଜେନ୍ସିମାନେ ଜାରି ରଖିଛନ୍ତି ।

ଯାଞ୍ଚ ଏଜେନ୍ସିମାନଙ୍କ ତଦନ୍ତ ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ପୋରଣରେ ଇରାନ୍‌ ଲିଙ୍କ୍‌ ଥିବା ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବିସ୍ଫୋରଣସ୍ଥଳରୁ ଏକ ଚିଠି ଜବତ କରିଛନ୍ତି ଯାଞ୍ଚ ଟିମ୍‌ । ଯେଉଁଥିରେ ଲେଖାଅଛି ଯେ, ‘ଏହା କେବଳ ଟ୍ରେଲର ଥିଲା’ । ଏହା ସହିତ ଉକ୍ତ ଚିଠିରେ ଦୁଇଜଣ ଇରାନୀୟଙ୍କ ହତ୍ୟା ବାବଦରେ ମଧ୍ୟ ଲେଖାଯାଇଛି । ଉକ୍ତ ଚିଠିରେ ଲେଖାଯାଇଛି, ‘ସୈନ୍ୟ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନୀ ହତ୍ୟାର ପ୍ରତିଶୋଧ ନେବେ । ଏହା ସହିତ ପରମାଣୁ ବୈଜ୍ଞାନିକ ଆର୍ଦେଶିରଙ୍କ ହତ୍ୟାର ମଧ୍ୟ ପ୍ରତିଶୋଧ ନିଆଯିବ’ ।

ସୂଚନାଯୋଗ୍ୟ, ଇରାନର ପ୍ରଖ୍ୟାତ ପରମାଣୁ ବୈଜ୍ଞାନିକ ଆର୍ଦେଶିରଙ୍କୁ ଡ୍ରୋନ୍‌ ଗନ୍‌ ଦ୍ବାରା ଗୁଳିକରି ହତ୍ୟା କରାଯାଇଥିଲା । ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ୍‌ । ୩୦ ନଭେମ୍ବର ୨୦୨୦ରେ ଇରାନ ପରମାଣୁ ବୈଜ୍ଞାନିକଙ୍କୁ ଡ୍ରୋନ୍‌ ଗନ୍‌ ଦ୍ବାରା ହତ୍ୟା କରାଯାଇଥିଲା ।

ଦିଲ୍ଲୀରେ ପ୍ରାୟ ୮ ବର୍ଷ ପରେ କୌଣସି ବଡ ଧରଣା ବିସ୍ଫେରଣ ହୋଇଛି । ଶେଷ ଥର ପାଇଁ ୧୩ ଫେବୃୟାରୀ ୨୦୧୨ରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଇସ୍ରାଏଲ ଦୂତାବାସର ୪ଜଣ ଆହତ ହୋଇଥିଲେ । ଏହା ପୂର୍ବରୁ ୭ ଡିସେମ୍ବର ୨୦୧୧ରେ ଦିଲ୍ଲୀ ହାଇକୋର୍ଟ ବାହାରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ପ୍ରାୟ ୮୦ ଜଣ ଆହତ ହୋଇଥିଲେ ।

   Related Posts