Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଇରାନର ଏହି ପ୍ରଶିକ୍ଷିତ ସାମୁଦ୍ରିକ ଜୀବ ଏବେ ଆମେରିକା ତଣ୍ଟିରେ କଣ୍ଟା

10/01/2020 at 10:53 PM

ୱାସିଂଟନ :  ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ସେନାଧ୍ୟକ୍ଷଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଧମକ୍ ଦେଇଛି ଇରାନ। ତେବେ ଆମେରିକାର ସାମର୍ଥ୍ୟ କାହାକୁ ଅଛପା ନଥିଲେ ହେଁ ଏବେ ଇରାନକୁ କିନ୍ତୁ  ଆକ୍ରମଣ ଲାଗି ଭୟକରୁଛି ଆମେରିକା। ତେବେ ଆମେରିକା ଲାଗି ଯାହା ଭୟର କାରଣ ତାହା ଇରାନର ସୈନ୍ୟବଳ କି ଶସ୍ତ୍ର କ୍ଷମତା ନୁହେଁ କିଛି ପ୍ରଶିକ୍ଷିତ ସାମୁଦ୍ରିକ ପ୍ରାଣୀ ବୋଲି ଜଣାପଡିଛି।  ଏହି ସାମୁଦ୍ରିକ ପ୍ରାଣୀ ଆମେରିକୀୟ ଯୁଦ୍ଧ ତରୀଙ୍କ ଲାଗି ବିପଦର କାରଣ ହୋଇପାରନ୍ତି। ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଚିନ୍ତାର କାରଣ ପାଲଟିଛନ୍ତି।

ଏହି ସାମୁଦ୍ରିକ ପ୍ରାଣୀ ଆଉ କେହି ନୁହେଁ  ଡଲଫିନ। ଏମାନେ ସୋଭିଏତ୍ ସମୟର। ସୋଭିଏତ ଋଷ ସମୁଦ୍ରରେ ଶତ୍ରୁର ମୁକାବିଲା ଲାଗି ଡଲଫିନଙ୍କୁ ପ୍ରଶିକ୍ଷଣ ଦେଉଥିଲା। ତେବେ ପରେ ସୋଭିଏତ ସଂଘର ବିଘଟନ ଯୋଗୁ ଏହି ପ୍ରଶିକ୍ଷଣ ୟୁନିଟକୁ ଅର୍ଥର ଅଭାବ ପଡିଥିଲା। ଏମାନେ ଏତେ ପ୍ରଶିକ୍ଷିତ ଯେ ସମୁଦ୍ରରେ ମାଇନ୍ସ ବିଛାଇବା ସହ ଆତ୍ମଘାତୀ ଆକ୍ରମଣ ବି କରିପାରନ୍ତି। ସେମାନଙ୍କ ଦେହରେ ଲାଗିଥିବା ହାର୍ପୁନରେ ଶତ୍ରୁର ଜାହଜକୁ ତଳପଟୁ ଫୁଟେଇ ପାଣିରେ ବୁଡେଇବି ଦେଇପାରନ୍ତି।  ଯାହା ଏବେ ଇରାନକୁ ଆମେରିକାର ମୁକାବିଲାରେ ସହାୟତା କରିବେ ବୋଲି ଏକ ଋଷିୟ ସମ୍ବାଦପତ୍ରରୁ ଜଣାପଡିଛି।  

ସୋଭିଏତ ସଂଘର ପତନ ପରେ ଏହି ଡଲଫିନ ୟୁନିଟ୍ ପ୍ରତି କାହାର ଧ୍ୟାନ ଯାଇନଥିଲା। ଏଣୁ ଏମାନଙ୍କୁ ଖାଦ୍ୟ ଏବଂ ଔଷଧ ଉପଲବ୍ଧ କରିବା ଟ୍ରେନର ବୋରିଶ ଝୁରିଡଙ୍କ ଲାଗି ଚିନ୍ତାର କାରଣ ପାଲଟିଥିଲା। ସେ ଡଲଫିନଗୁଡିକୁ ଲୋକଙ୍କ ମନୋରଞ୍ଜନ କାମରେ ଲଗାଇ କିଛି ଆୟ କରିବେ ବୋଲି ଭାବିଥିଲେ। ହେଲେ ସେତେବେଳେ ନୂଆ ଋଷିଆ ରିପବ୍ଲିକର ଯାହା ଅବସ୍ଥା ଥିଲା ସେଥିରେ ଡଲଫିନଙ୍କ ପ୍ରତି ଲୋକଙ୍କ ଆଗ୍ରହ ନଥିଲା। ଏଣୁ ସେ ଏଗୁଡିକୁ ବିକିଦେବାକୁ ଯୋଜନା କରିଥିଲେ।

ସେତେବେଳେ କୌଣସି କାରଣ ନଥାଇ ସୋଭିଏତ ସଂଘର ଏହି ଡଲଫିନ ଆକ୍ୟୁରିୟମକୁ ଇରାନ କିଣିଆଣିବା ସହ ସେମାନଙ୍କୁ ପାରସ୍ୟ ଉପସାଗରରେ ବ୍ଲାକ୍ ସି ପର୍ଯ୍ୟନ୍ତ ରଖି ସାମରିକ ପ୍ରଶିକ୍ଷଣ ପ୍ରଦାନ କରିଥିଲା। ଏଗୁଡିକ ଏତେ ମାରାତ୍ମକ ଯେ ସମୁଦ୍ର ତଳେ ଋଷିଆ ଓ ଆମେରିକା ଜାହାଜ ଏବଂ ବୁଡାଜାହାଜକୁ ଇଞ୍ଜିନ ଶବ୍ଦରୁ ଠଉରାଇ ପାରନ୍ତି ଓ ଆମେରିକୀୟ ଯୁଦ୍ଧ ଜାହାଜକୁ ପାଣି ତଳେ ଧ୍ୱଂସ କରିବାକୁ ପ୍ରଥମରୁ ପ୍ରଶିକ୍ଷିତ ବୋଲି ବୋରିଶ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇଥିବା ବେଳେ ଏହି ସୂଚନା ଏବେ ପେଣ୍ଟାଗନକୁ ମିଳିସାରିଛି।

ଇରାନସହ ଯୁଦ୍ଧ  ଲାଗି ଆମେରିକାକୁ ସମୁଦ୍ରର ବ୍ୟବହାର ନିହାତି ଜରୁରି।  ତେବେ ଏଥିରେ ଏବେ ସୋଭିଏତ ସଂଘର ଡଲଫିନ  ଇରାନ ଲାଗି ଆମେରିକାର ମୁକାବିଲା କରିବେ। ଏହା ଜାଣିବା ପରେ ପେଣ୍ଟାଗନ ଏବେ ଶିହରି ଉଠୁଛି। ଏଣୁ ଆମେରିକା ଜେତିକି ଦମ୍ଭରେ ଇରାନକୁ ଧମକାଉଥିଲା ଏବେ ତାହା କ୍ରମଶଃ  ନରମି ଗଲାଣି। 

   Related Posts