ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କଲା ଇରାନ, ଇଣ୍ଟରପୋଲ୍‌ର ଲୋଡିଲା ସହାୟତା

Published By : Prameya-News7 Bureau | June 29, 2020 IST

ନୂଆଦିଲ୍ଲୀ ୨୯।୦୬: ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରିଛି। ଇରାନ ବଗଦାଦରେ ଡ୍ରୋନ ହମଲାରେ ଶୀର୍ଷ ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ଏପରି ପଦକ୍ଷେପ ଉଠାଇଛି। ଏପରିକି ଏହି ଘଟଣାରେ ସାମିଲ ଦୁଇ ଡର୍ଜନରୁ ଉର୍ଦ୍ଧ୍ଵ ଲୋକଙ୍କ ବିରୋଧରେ ମଧ୍ୟ ଗିରଫ ପରଓ୍ଵାନା ଜାରି କରାଯାଇଛି। ଏହି ସମସ୍ତଙ୍କୁ ଧରିବା ଲାଗି ତେହରାନ ଇଣ୍ଟରପୋଲ୍‌ର ସହାୟତା ଲୋଡିଛି। ସ୍ଥାନୀୟ ପିଟିସନର ଏହାର ସୂଚନା ଦେଇଛନ୍ତି।

ପରମାଣୁ ରାଜିନାମାରୁ ଆମେରିକା ଓହରିବା ପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ଚରମରେ ରହିଛି। ଏମିତିରେ ଇରାନର ଏହି ପଦକ୍ଷେପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢିବାର ସମ୍ଭାବନା ରହିଛି। କିନ୍ତୁ ଏଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗିରଫଦାରୀର କୌଣସି ବିପଦ ନାହିଁ।

ତେହରାନର ଅଭିଯୋଜନ ଅଲି ଅଲକାସିମହର କହିଛନ୍ତି ଯେ, ଇରାନ ଜାନୁଆରୀରେ ବଗଦାଦରେ ହୋଇଥିବା ହମଲାରେ ଟ୍ରମ୍ପ ଓ ୩୦ ଅନ୍ୟ ଲୋକଙ୍କ ବିରୋଧରେ ଆରୋପ ଲଗାଇଛନ୍ତି। ଏହି ଡ୍ରୋନ ହମଲାରେ ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ଘଟିଥିଲା।

ସମ୍ବାଦ ଏଜେନ୍ସି ଆଇଏସଏନର ଖବର ଅନୁଯାୟୀ ଅଭିଯୋଜକ ଅଲକାସିମର ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କାହାକୁ ଚିହ୍ନଟ କରି ନାହାନ୍ତି। ମାତ୍ର ଏହା ଜୋର୍ ଦେଇଛନ୍ତି ଯେ, ଇରାନ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଏହି କେସ୍‌କୁ ଜାରି ରଖିବେ।

ଫ୍ରାନ୍ସର ଲୟୋନରେ ସ୍ଥିତ ଇଣ୍ଟରପୋଲ୍‌ ଏହି ଘଟଣାରେ ତୁରନ୍ତ କୌଣସି ଜବାବ ଦେଇ ନାହିଁ। ଏହା ମଧ୍ୟ ସମ୍ଭାବନା ନାହିଁ ଯେ, ଇଣ୍ଟରପୋଲ୍‌ ଇରାନର ଏହି ଅନୁରୋଧକୁ ସ୍ଵୀକାର କରିବ। କାରଣ ଗାଇଡ୍‌ଲାଇନ୍‌ ଅନୁଯାୟୀ ଇଣ୍ଟରପୋଲ୍‌ କୌଣସି ରାଜନୈତିକ ସମ୍ବନ୍ଧିତ ମାମଲାରେ ହସ୍ତକ୍ଷେପ କରି ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.