Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆମେରିକାର ଆକ୍ରମଣ ପରେ ଏପରି ବିପଦଜନକ ପଦକ୍ଷେପ ନେବାକୁ ଯାଉଛି ଇରାନ, ଚିନ୍ତାରେ ବିଶ୍ୱ

3/01/2020 at 10:10 PM

ବଗଦାଦ୍ ୩।୧: ନୂଆ ବର୍ଷରେ ସାରା ବିଶ୍ୱ ଲାଗି ଶୁକ୍ରବାର ନୂଆ ସମସ୍ୟା ସୃଷ୍ଟି କରିଛି ଆମେରିକା। ଇରାନ ସହ ଅନ୍ତର୍ଦ୍ୱନ୍ଦକୁ ନେଇ ଆମେରିକା ବାୟୁସେନା ବଗଦାଦ୍‌ରେ ବିମାନ ଆକ୍ରମଣ କରିଥିବା ବେଳେ ଏଥିରେ ଇରାନ  ରିଭଲ୍ୟୁସନାରୀ ଗାର୍ଡ-କ୍ୟୁଏଫ ମୁଖ୍ୟ ଜେନେରାଲ କାସିମ୍ ସୁଲେମାନୀ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଆମେରିକାକୁ ରକ୍ତର ଜବାବ ରକ୍ତରେ ଦେବ ବୋଲି କହିଛି। ଫଳରେ ଆମେରିକା ଓ ଇରାନ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ସମଗ୍ର ବିଶ୍ୱଲାଗି ଚିନ୍ତାର କାରଣ ପାଲଟିଛି।

ପାରସ୍ୟ ଉପସାଗରରେ ବଢିବ ଉତ୍ତେଜନା
ଆମେରିକା ଓ ଇରାନ ମଧ୍ୟରେ ଯେବେବି ଉତ୍ତେଜନା ଦେଖାଦେଇଛି ସେତେବେଳେ ପାରସ୍ୟ ଉପସାଗରରେ ଗୁରୁର ପରିଣାମ ଦେଖିବାକୁ ମିଳିଛି। ଯେଉଁଥିରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଇରାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଏଲ ଆର୍ଟେରୀ ହାର୍ମୁଜ ଷ୍ଟ୍ରେଟକୁ ବନ୍ଦ କରିଦେଇଛି। ଫଳରେ ସମଗ୍ର ବିଶ୍ୱର ତୈଳ କାରବାର ପ୍ରଭାବିତ ହୋଇଆସିଛି। ଏଥର ମଧ୍ୟ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି।  ଯଦି ଇରାନ ସେଭଳି କିଛି ପଦକ୍ଷେପ ନିଏ ତେବେ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡିବ।

ସାଉଦିଆରବ, ଇରାକ୍, ୟୁଏଇ, କ୍ୱେତ୍, କତାର ଓ ଇରାନର ଅଧିକାଂଶ ତୈଳ ରପ୍ତାନୀ ହରମୁଜ୍ ଷ୍ଟ୍ରେଟ୍ ରାସ୍ତାରେ ହୋଇଥାଏ। ଯଦିଏହା ବନ୍ଦ ହୁଏ ତେବେ ଆମେରିକା ଓ ୟୁକେ ସମେତ ଅଧିକାଂଶ ରାଷ୍ଟ୍ରକୁ ତୈଳ ଯୋଗାଣ ପ୍ରଭାବିତ ହେବ। ବିଶ୍ୱରେ ତୈଳ ଦର ଅଶ୍ୱଭାବିକ୍ ବୃଦ୍ଧି ସହ ଉପସାଗରୀୟ ଦେଶଙ୍କର ସ୍ଥିତି ବଦଳିବା ସହ ଯୁଦ୍ଧର ଆଶଙ୍କା କରାଗଲାଣି।

ପୁଣି ଏକ ଉପସାଗରୀୟ ଯୁଦ୍ଧକୁ ଇସାରା
ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଏବେ ପୁଣି ଇରାକ୍ ଭଳି ଆଉ ଏକ ଯୁଦ୍ଧର ଆଶଙ୍କା କରାଯାଉଛି। ଯଦି ଏପରି କିଛି ହୁଏ ଏଥିରେ ଭାରତ ଓ ଚୀନ ମଧ୍ୟ ପ୍ରଭାବିତ ହେବା ନିଶ୍ଚିତ। ଏବେ ଭାରତ ଓ ଚୀନ ଲାଗି ଉର୍ଜା ସୁରକ୍ଷା ସବୁଠୁ ବଡ ଆହ୍ୱାନ ହୋଇ ଉଭା ହୋଇଛି। ଏଥିଲାଗି ଅତୀତରେ ଚୀନ ଓ ଭାତର ମଧ୍ୟରେ ଉତ୍ତେଜନା ବି ପ୍ରକାଶ ପାଇଥିଲା। ୧୯୮୦-୮୮ ପର୍ଯ୍ୟନ୍ତ ଦେଖା ଦେଇଥିବା ଏହି ଉତ୍ତେଜନାକୁ ସେତେବେଳେ ଟ୍ୟାଙ୍କର ୱାର କୁହାଯାଇଥିଲା। ଏଥିରେ ଦୁଇ ଦେଶ ପରସ୍ପରର ତୈଳ ଟ୍ୟାଙ୍କର ଛଡାଉଥିଲେ।

US ଫିପ୍‌ଥ ଫ୍ଲିଟ୍ ଯୋଗୁ ସୁଧୁରିଥିଲା ପରିସ୍ଥିତି
ହର୍ମୁଜ ଷ୍ଟ୍ରିଟରୁ ଇରାନକୁ ଦୂରେଇ ରଖିବାକୁ ଆମେରିକା ନୌସେନାର ପଞ୍ଚମ ଭେଳାକୁ ସେତେବେଳେ ସେଠାରେ ମୁତୟନ କରାୟାଇଥିଲା। ଆମେରିକାର ଏପରି ବଡଭାଇ ପଣିଆରେ ଅସନ୍ତୁଷ୍ଟ ହୋଇଥିଲା ଇରାନ । ଏହାର ମୁକାବିଲା ଲାଗି ସେ ଦେଶରେ ଆଣବିକ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ତେବେ ଆମେରିକାର ଅନ୍ତର୍ଜାତୀୟ ଚାପରେ ଇରାନ ଏଥିରୁ ନିବୃତ୍ତ ହୋଇଥିବା ବେଳେ ଗତ ୨୦୧୫ ମସିହାରେ ଆଣବିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ନେଇଥିଲେ ହେଁ ଆମେରିକା ବିରୋଧ ଅସନ୍ତୋଷରେ କୁହୁଳୁଥିଲା।

   Related Posts