Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଇସ୍ରାଏଲ ଦୂତାବାସ ନିକଟ ବିସ୍ଫୋରଣ ପଛରେ ଇରାନ ! ଧମକପୂର୍ଣ୍ଣ ଚିଠିରେ ଲେଖାଯାଇଛି- ‘ଏହା ଟ୍ରେଲର୍ ଥିଲା’

30/01/2021 at 11:56 AM

ନୂଆଦିଲ୍ଲୀ,୩୦/୦୧:  ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ସାମ୍ନାରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଛାନଭିନ୍ ଆରମ୍ଭ ହୋଇଯାଇଛି । ପୋଲିସ ଏହାକୁ ମାମୁଲି ବିସ୍ଫୋରଣ କହିଥିଲେ ମଧ୍ୟ ତିନୋଟି କାର୍ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ତେବେ ଦିଲ୍ଲୀ ପୋଲିସକୁ ଏକ ଲଫାପା ମିଳିଛି । ଏହା ଇସ୍ରାଏଲ ଦୂତାବାସ ନାଁରେ ଆସିଛି । ଏଥିରେ ଲେଖାଯାଇଛି ଯେ, ଏହା ଏକ ଟ୍ରେଲର, ଆଗକୁ ଆହୁରି ଆକ୍ରମଣ ହୋଇପାରେ ।

ସୂତ୍ରାନୁସାରେ, ଏହି ଧମକପୂର୍ଣ୍ଣ ଚିଠିରେ ପ୍ରାଣ ହରାଇଥିବା ଇରାନ ସୈନ୍ୟମୁଖ୍ୟ ମେଜର ଜେନେରାଲ କାସିମ୍ ସୁଲେମାନୀର ନାଁ ଲେଖାଯାଇଛି । ସୁଲେମାନୀ ଇରାନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର ଥିଲେ । ଆମେରିକା ଏକ ଡ୍ରୋନ ଆକ୍ରମଣରେ ତାକୁ ନିପାତ କରିଥିଲା । ଚିଠିରେ ସୁଲେମାନୀ ବ୍ୟତୀତ ଆଉଜଣଙ୍କ ନାଁ ଲେଖାଯାଇଛି । ଅନ୍ୟ ନାଁ ଏକ ବୈଜ୍ଞାନିକଙ୍କର ବୋଲି ଜଣାପଡିଛି । ଏଥିରେ ଇସ୍ରାଏଲ ରାଜଦୂତଙ୍କୁ ସମ୍ବୋଧିତ କରାଯାଇଛି । ପ୍ରତିଶୋଧପରାୟଣ ହୋଇ ଏପରି ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି ।

ଏହା ଦ୍ୱିତୀୟ ଥର ହୋଇଛି ଯେତେବେଳେ ଇରାନ ଦୂତାବାସକୁ ଟାର୍ଗେଟ କରାଯାଇଛି । ଏହାପୂର୍ବରୁ ୨୦୧୨ରେ ଇସ୍ରାଏଲର ରାଷ୍ଟ୍ରଦୂତ ତେଲ୍ ୟେହୋସୁୟା ଓ ଭାରତୀୟ ଡ୍ରାଇଭର ଏକ ବିସ୍ଫୋରଣରେ ଆହତ ହୋଇଥିଲେ । ଏହା ମ୍ୟାଗ୍ନେଟିକ୍ ବ୍ଲାଷ୍ଟ୍ ଥିଲା । ଏଥିରେ ମୋଟ୍ ୪ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଇସ୍ରାଏଲ ଇରାନକୁ ଦାୟୀ କରିଥିଲା ।

   Related Posts