୪୦ବର୍ଷ ତଳେ ଏମିତି ବୋଲ୍ଡ ଥିଲା ଇରାନ୍ କିନ୍ତୁ ଇସଲାମିକ୍ ଯୁଦ୍ଧ ବଦଳାଇଦେଲା ମାହୋଲ୍

Published By : Prameya-News7 Bureau | January 09, 2020 IST

ଇରାନରେ ସରିଆ ଆଇନ୍ ଲାଗୁ ରହିଛି। ଏଥିପାଇଁ ସେଠାକାର ଲୋକଙ୍କୁ ଅନେକ ପ୍ରକାରର କଟକଣାର ସାମନା କରିବାକୁ ପଡ଼ିଥାଏ। ମହିଳାଙ୍କୁ ଆଦବକାଇଦାରେ ରହିବାକୁ ପଡ଼ିଥାଏ। ଯେଉଁମାନେ ଆଇନ୍ ମାନିନଥାଆନ୍ତି କିମ୍ବା ଏହି ଆଇନ୍ ଭାଙ୍ଗିଥାଆନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିଥାଏ। କିନ୍ତୁ ୭୦ଦଶକରେ ଇରାନ ଏପରି ନଥିଲା। ସେଠାରେ ଏତେ ଆଧୁନିକତା ଥିଲା ଯେ ଯାହା ଏବେ ପାଶ୍ଚାତ୍ୟ ଦେଶମାନଙ୍କରେ ଦେଖିବାକୁ ମିଳିଥାଏ। ଅର୍ଥାତ୍ ପାଶ୍ଚାତ୍ୟ ଦେଶଠୁ ଅତ୍ୟାଧୁନିକ ଥିଲା ଇରାନ।

{"id":208999,"sizeSlug":"large"}

ଇସଲାମିକ ଯୁଦ୍ଧ ପୂର୍ବରୁ ଇରାନରେ ପାଶ୍ଚାତ୍ୟ ସଭ୍ୟତା ଚାଲିଥିଲା। ଲୋକେ ଏହାର ଭରପୂର ମଜା ଉଠାଉଥିଲେ। ସମସ୍ତଙ୍କୁ ସବୁ ଜିନିଷ ପାଇଁ ସ୍ବାଧୀନତା ଥିଲା।

{"id":209000,"sizeSlug":"large"}

ପରିଧାନ ଶୈଳୀ ଏବଂ ଖାଦ୍ୟପେୟକୁ ନେଇ କୌଣସି ରୋକଠୋକ୍ ନଥିଲା। ସେମାନେ କଳା,ସଙ୍ଗୀତ,ଫିଲ୍ମ ଏବଂ ସାହିତ୍ୟକୁ ନେଇ ସେମାନେ ଜାଗରୂକ ଥିଲେ।

{"id":209001,"sizeSlug":"large"}

କିନ୍ତୁ ଏବେ ନିକଟରେ ଇରାନରେ ୮ଜଣ ସେଲିବ୍ରିଟିଙ୍କୁ ସୋଶିଆଲ ମିଡିଆରେ ମଡେଲିଂ ଫଟୋ ସେୟାର କରିବା ଯୋଗୁଁ ଜେଲ୍ ପଠାଇ ଦିଆଯାଇଛି।

{"id":209002,"sizeSlug":"large"}

ଏହି ୮ଜଣ ସେଲିବ୍ରିଟିଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ଏମାନେ ଇସଲାମ ବିରୋଧୀ ସଂସ୍କୃତିର ପ୍ରଚାର-ପ୍ରସାର କରିଥିଲେ। ଏହା ଶରିଆ ଆଇନ୍ ବିରୋଧୀ ଏବଂ ଏଥିପାଇଁ ଏମାନଙ୍କୁ ଜେଲ୍ ପଠାଇଦିଆଯାଇଛି।

୭୦ଦଶକରେ ଇରାନରେ ଗୁଗୁଶ ଲୋକପ୍ରିୟ ପପ୍ ଗାୟିକା ଥିଲେ। ତାଙ୍କ ଟେପ୍ ଏବଂ ଆଲବମ୍ ଆଜି ବି ଇରାନ୍ ଛାଡ଼ି ଅନ୍ୟ ଯାଗାରେ ରହିଥିବା ଲୋକଙ୍କ ପାଖରେ ମିଳିଯିବ।

{"id":209003,"width":584,"height":510,"sizeSlug":"large"}

କେବଳ ଏତିକି ନୁହେଁ ୧୯୭୯ରେ ଗୁଗୁଶ ଇରାନ ଛାଡ଼ି ବ୍ରିଟେନ୍ ଚାଲି ଯାଇଥିଲେ। କାରଣ ସେହି ସମୟରେ ଇରାନ ଯୁଦ୍ଧ ଚାଲିଥିଲା।

{"id":209004,"sizeSlug":"large"}

ଏହି ଯୁଦ୍ଧ ପୂର୍ବରୁ ଇରାନରେ ଏତେ ସ୍ବାଧୀନତା ଥିଲା ଯେ ଏଠାକାର ମହିଳାମାନେ କିଛି ବି ପିନ୍ଧି ପାରୁଥିଲେ। ମହିଳାମାନେ ସବୁ ସ୍ଥାନକୁ ଯାଇପାରୁଥିଲେ।

{"id":209005,"sizeSlug":"large"}

ଯଦି ଆପଣ ୭୦ଦଶକର ଫଟୋ ଦେଖିବେ ତେବେ ଆପଣଙ୍କୁ ଇରାନର ପରିଧାନ ଶୈଳୀରେ ବେଲବଟମ୍,ବଡ଼ କଲାରର ଶର୍ଟ,ଲମ୍ବା ଚୁଟି ଦେଖିବାକୁ ମିଳୁଥିଲା। ମହିଳାମାନେ ଲଙ୍ଗ୍ ବୁଟ୍ ପିନ୍ଧୁଥିଲେ।

{"id":209006,"width":583,"height":328,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.