ବିମାନକୁ ମିସାଇଲ୍ ମାରି ଖସାଇଥିବା ମାନିଲା ଇରାନ୍ – ୧୭୬ ଜଣଙ୍କର ହୋଇଥିଲା ମୃତ୍ୟୁ
11/01/2020 at 12:12 PM

ତେହେରାନ୍ ୧୧।୦୧ – ୟୁକ୍ରେନର ବିମାନକୁ ଭୁଲ୍ରେ ମିସାଇଲ୍ ମାଡ କରି ଖସାଇ ଦେଇଥିବା ଇରାନ୍ ସ୍ୱୀକାର କରିଛି । ଏଥିରେ ୧୭୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମିସାଇଲ୍ ମାଡ ପରେ ବିମାନଟି ମଝି ଆକାଶରେ ଜଳିଯିବା ସହ ଖସି ପଡିଥିଲା ।

ଇରାକ୍ରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ ଆକ୍ରମଣ କରିବା ଓ କ୍ଷେପଣାସ୍ତ୍ର ମାଡ କରିବାର କିଛି ସମୟ ପରେ ଗତ ବୁଧବାରରେ ୟୁକ୍ରେନର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମଝି ଆକାଶରେ ଏହା ଜଳିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଇରାନ୍ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନଥିଲା । ହେଲେ ଶନିବାରରେ ଭୁଲ୍ରେ ମିସାଇଲ୍ ମାଡ କରି ଏହି ବିମାନକୁ ଖସାଇ ଦିଆଯାଇଥିବା କଥା ଇରାନ୍ ସ୍ୱୀକାରକରିଛି।

ପୂର୍ବରୁ ଇଂଲଣ୍ଡ ଇରାନ୍ ଏହି ବିମାନକୁ ଇରାନ୍ ମିସାଇଲ୍ ମାଡ କରି ଖସାଇଥିବା କଥା ଦାବି କରିଥିଲା । ବିମାନରେ ଥିବା ସମସ୍ତ ୧୭୬ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାନବୀୟ ଭୁଲ୍ ଯୋଗୁଁ ଏହି ବିମାନକୁ ମିସାଇଲ୍ ମାଡ କରି ଖସାଇ ଦିଆଯାଇଥିବା ଇରାନ୍ ସ୍ୱୀକାର କରିଛି । ପ୍ରଥମେ ବିମାନରେ ଯାନ୍ତ୍ରୀକ ତୃଟି ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବ ଇରାନ୍ କହିଥିଲା ।

ଇରାନ୍ର ରାଷ୍ଟ୍ରପତି ଏ ବିଷୟରେ ଟ୍ୱିଟ୍ କରିଛନ୍ତି। ଏହି ଅକ୍ଷମଣୀୟ ଭୁଲ୍ ପାଇଁ ଦାୟୀ ଲୋକଙ୍କ ବିରୋଧରେ ମକୋଦ୍ଦମା ଚାଲିବ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ବିମାନରେ ଥିବା ସମସ୍ତ ଯାତ୍ରୀ ଜୀବନନ୍ତ ଦଗ୍ଧ ହୋଇଯିବା ସହ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।
ବିମାନଟି ଇରାନ୍ର ସେନା ଶିବିର ଉପରେ ଉଡାଣ ଭରିଥିଲା । ଏବେ ଏହାର ଯାଞ୍ଚ କରାଯାଉଥିବା ଇରାନ୍ କହିଛି । ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହାର ଯାଞ୍ଚ କରାଯାଉଥିବା ବିଶେଷଜ୍ଞମାନେ ବିମାନଟି ଭୂମିରେ ପିଟି ହୋଇଯାଇଥିବା କଥା ପ୍ରକାଶ କରିଥିଲେ ।

ମୃତକମାନଙ୍କ ମଧ୍ୟରେ ୬୩ ଜଣ କାନାଡା,୧୧ ଜଣ ୟୁକ୍ରେନ ୧୦ ୦ଜଣ ସ୍ୱୀଡେନ୍ ୪ ଜଣ ଆଫଗାନୀସ୍ତାନ ୩ ଜଣ ଜର୍ମାନୀ ଓ ୩ ଜଣ ୟୁକେର ନାଗରିକ ଥିଲେ ।