ସରକାରଙ୍କୁ ବିରୋଧ ଲାଗି ସାମ୍ବାଦିକଙ୍କୁ ଫାଶୀରେ ଝୁଲେଇଦେଲା ଇରାନ

Published By : Prameya-News7 Bureau | December 12, 2020 IST

ତେହେରାନ : ଇରାନରେ ସରକାରଙ୍କୁ ବିରୋଧ ଲାଗି ଜନୈକ ସାମ୍ବାଦିକଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି। ସାମ୍ବାଦିକ ରୁହୁଲ୍ଲା ଜାମଙ୍କୁ ଫାଶୀରେ ଝୁଲାଇ ଦେଇଛନ୍ତି ଇରାନ ସରକାର।  ଦୀର୍ଘବର୍ଷ ଧରି ଫ୍ରାନସରେ ଆତ୍ମଗୋପନ କରିଥିବା ସାମ୍ବାଦିକ ଦେଶକୁ ଫେରିବାମାତ୍ରେ ଗୁଇନ୍ଦା ଏଜେନ୍ସୀ ତାଙ୍କୁ ଗିରଫ କରିଥିଲେ। ସ୍ଥାନୀୟ କୋର୍ଟ ବିଚାର କରି ତାଙ୍କୁ ରାଷ୍ଟ୍ରଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଥିଲେ।

{"id":376483,"sizeSlug":"large","linkDestination":"none"}

ଗତ ସପ୍ତାହରେ ଇରାନ ସୁପ୍ରିମକୋର୍ଟ ସାମ୍ବାଦିକଙ୍କ ମୃତ୍ୟୁଦଣ୍ଡାଦେଶକୁ କାୟମ ରଖିଥିବା ବେଳେ ସାମ୍ବାଦିକଙ୍କ ଲାଗି ଆଗକୁ ଆବେଦନ ଲାଗି ଆଇନଗତ ଉପାୟ ଥିବା ଦେଶର ନ୍ୟାୟପାଳିକା ମୁଖପାତ୍ର କହିଥିଲେ। ତେବେ ଇତିମଧ୍ୟରେ ସରକାର ସାମ୍ବାଦିକଙ୍କ ଦଣ୍ଡପ୍ରକ୍ରିୟା ଶେଷ କରି ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି।

{"id":376484,"sizeSlug":"large","linkDestination":"none"}

ଗତ ୨୦୧୭ ମସିହାରେ ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ବିରୋଧ କରି ଜନ ଆନ୍ଦୋଳନ ବେଳେ ସାମ୍ବାଦିକ ରୁହୁଲ୍ଲା ଜାମ ତାଙ୍କ ଅନଲାଇନ୍‌ ପ୍ରସାରଣ ଓ ୱେବ୍‌ ପ୍ଲାଟଫର୍ମରେ ଅନେକ ସମ୍ବାଦ ସରବରାହ କରିଥିଲେ। ଯାହା ସରକାରଙ୍କୁ ନିନ୍ଦିତ କରିଥିଲା। ଏ ନେଇ ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିବା ବେଳେ ସେ ଦେଶଛାଡି ଫ୍ରାନସ ପଳାଇଯାଇ ପ୍ୟାରିସ୍‌ରେ ଆତ୍ମଗୋପନ କରିଥିଲେ।

{"id":376485,"width":577,"height":335,"sizeSlug":"large","linkDestination":"none"}

ରୁହୁଲ୍ଲା ଜାମ ‘ଆମଦ ନ୍ୟୁଜ୍‌’ ୱେବସାଇଟ୍ ଚଳାଉଥିଲେ। ଦେଶରେ ଗଣ ଆନ୍ଦୋଳନ ବେଳେ ଟେଲିଗ୍ରାମରେ ତାଙ୍କର ଏକ ଚାନେଲ ମଧ୍ୟ ଚଳାଉଥିଲେ। ଏହି ୱେବ୍ ସାଇଟ୍‌ ଓ ଚାନେଲକୁ ଦେସରେ ଜନଆନ୍ଦୋଳନକୁ ଅଧିକ ଉସକାଇଥିଲା। ଲୋକଙ୍କୁ ଆନ୍ଦୋଳନ କେଉଁ ସ୍ଥାନରେ କେତେବେଳେ ହେବ ସେ ନେଇ ଲଗାତାର ସୂଚନା ଦେଉଥିଲେ। ଏହା ଛଡା ତାଙ୍କ ବିରୋଧରେ ଶିୟା ଧାର୍ମିକ ବ୍ୟବସ୍ଥା ବିରୋଧରେ ପ୍ରଚାର ଅଭିଯୋଗ ମଧ୍ୟ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.