Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଯୁଦ୍ଧର ସଙ୍କେତ ଦେଲା ଇରାନ୍‌- ମସ୍‌ଜିଦ୍‌ ଉପରେ ଉଡାଇଲା ଲାଲ୍‌ ପତାକା

5/01/2020 at 4:01 PM

ତେହେରାନ୍‌ ୦୫।୦୧: ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନୀ କମାଣ୍ଡର କାସିମ୍ ସୁଲେମାନୀ ନିହତ ହେବା ପରେ ଇରାନ ଆମେରିକା ବିରୋଧରେ ଅଘୋଷିତ ଯୁଦ୍ଧ ଆରମ୍ଭ କରିସାରିଛି । ଶନିବାର ଇରାନର ଜାମକରନ ମସଜିଦ୍‌ ଉପରେ ଲାଲ ରଙ୍ଗର ପତାକା ଉଡାଇ ଯୁଦ୍ଧର ଚେତାବନୀ ଦେଇଛି ଇରାନ ।

ମସଜିଦ ଉପରେ ଲାଲ ରଙ୍ଗର ପତାକା ଉଡିବାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତି ବା ଯୁଦ୍ଧର ଆରମ୍ଭ ହୋଇସାରିଛି ! ଏକ ରିପୋର୍ଟ ମୁତାବିକ ଇରାନ ଏହି ମସଦିଜ୍‌ରେ ଲାଲ ରଙ୍ଗର ପତାକା ଉଡିବ ପ୍ରଥମ ଘଟଣା ନୁହେଁ । ଜାନକରନ ମସଜିଦ୍‌ରେ ପ୍ରାୟତ ଧାର୍ମିକ ପତାକା ଲାଗିଥାଏ । ମସଜିଦ୍‌ର ଗୁମ୍ବଜର ଧାର୍ମିକ ପତାକା କାଢି ଲାଲ ରଙ୍ଗର  ପତାକା ଲଗାଇବା ମାନେ ଅଘୋଷିତ ଯୁଦ୍ଧର ସଙ୍କେତ । ପତାକା ଲାଗିବାମାନେ ଇରାନ ନିଜ ଦେଶବାସୀ ସତର୍କ ମଧ୍ୟ କରାଇଦେଇଛି । ଏହିପରି ଇରାନ-ଇରାକ ଯୁଦ୍ଧ ସମୟରେ ଲାଲ୍ ରଙ୍ଗର ପତାକା ଲାଗିଥିଲା ।

ମସଜିଦ୍ ଉପରେ ଲାଲ୍ ଝଣ୍ଡା ଉଡାଇ ଆମେରିକା ବିରୋଧରେ ଯୁଦ୍ଧର ଇସାରା ଦେଇଛି ଇରାନ୍ । ଇରାନ୍ ର ଟପ୍ କମାଣ୍ଡର ଜେନେରାଲ କାସୀମ୍ ସୁଲେମାନୀଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ଇରାନ୍ । ଖୋଲାଖୋଲି ନହେଲେ ବି ଯୁଦ୍ଧ ପାଇଁ ଏକ ପ୍ରକାର ଇସାରା ଦେଇଛି ।

ସ୍ଥାନୀୟ ଏକ ମସଜିଦରେ ଲାଲ୍ ଝଣ୍ଡା ଉଡିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାକୁ ଇରାନର ଯୁଦ୍ଧ ଘୋଷଣା ବୋଲି ଆକଳନ କରୁଛନ୍ତି । ଯାହା ସାରା ଦୁନିଆ ପାଇଁ ଏକ ବଡ ସଂକଟ ଭାବେ ଉଭା ହୋଇଛି । ଏପଟେ ଇରାକରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ଏବଂ ମୋର୍ଟାର ମାଡ଼ ହୋଇଛି । ବାଗଦାଦରେ ଥିବା ଦୂତାବାସ ସହ ବଲାଦ ଏୟାରବେସ୍ ରେ ଇରାନ ସମର୍ଥକ ମିଲିସିଆ ରକେଟ୍ ମାଡ କରିଛନ୍ତି ।

ଏହି ଆକ୍ରମଣ ପରେ ଆମେରିକା ଆକାଶରେ ଯୁଦ୍ଧ ବିମାନର ଗତିବିଧି ବଢ଼ି ଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯଦି ଇରାନ ହମଲାରେ ଯଦି କୌଣସି ଆମେରିକୀୟ ମୃତାହତ ହୁଅନ୍ତି ତେବେ ଆମେ ତାର ୫୨ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଭୀଷଣ ହମଲା କରି ବରବାଦ କରିଦେବୁ ।

ଆମେରିକା ଓ ଇରାନ୍ ଏକ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି । ଫଳରେ ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ସେପଟେ ଇରାନୀ ଜଣେ କମାଣ୍ଡର ଆମେରିକାକୁ ଚେତାବନୀ ଦେଇଛନ୍ତି ଯେ, ଆମେରିକାର ୩୫ଟି ସ୍ଥାନ ଉପରେ ନଜର ରଖିଛୁ । ମଧ୍ୟପ୍ରାଚ୍ୟ  ଅଞ୍ଚଳରେ ଆମେରିକା ସେନା ପାଇଁ ସତର୍କ ଘଣ୍ଟି ବାଜିଲା ବୋଲି ଇରାନୀ କମାଣ୍ଡର ଚେତାବନୀ ଦେଇଛନ୍ତି ।

   Related Posts