ଇରାକ୍ ସ୍ଥିତ ଆମେରିକା ଏୟାରବେସ୍ ଉପରେ ଇରାନ୍ର ଆକ୍ରମଣ, ଡଜନେ ରକେଟ୍ ମାଡ
8/01/2020 at 8:33 AM

ଓ୍ବାଶିଂଟନ୍ ୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଉପୁଜିଥିବା ବେଳେ ଇରାକ୍ ରେ ଥିବା ଆମେରିକୀୟ ଏୟାର ବେସ୍ ଉପରେ ଆକ୍ରମଣ କରିଛି ଇରାନ୍ । ଇରାକ୍ ଅଲ୍ ଅସଦ ଏବଂ ଇରବିଲ ସ୍ଥିତ ଆମେରିକୀୟ ଏୟାର ବେସ୍ ଉପରେ ଇରାନ୍ ଘନଘନ ରକେଟ୍ ମାଡ କରିଛି। ବିଳମ୍ବିତ ରାତିରେ ଇରାନ୍ ୧୨ଟି ରକେଟ୍ ମାଡ କରିଥିବା ସୂଚନା ମିଳିଛି । ଏହି ଘାଟିରେ ରହୁଥିବା ଆମେରିକା ସୈନ୍ୟଙ୍କୁ ଟାର୍ଗେଟ୍ କରିଛି ଇରାନ୍ । କ୍ଷୟକ୍ଷତିର ଆକଳନ ଚାଲିଥିବା ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଅଲ୍ ଅସଦ ସ୍ଥିତ ଯେଉଁ ଏୟାର ବେସ୍ ଉପରେ ଇରାନ୍ ବାଲାଷ୍ଟିକ୍ ମିସାଇଲ୍ ମାଡ କରିଛି ୨୦୧୮ ମସିହାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସେଠାକୁ ଯାଇଥିଲେ ।

ଗତ ଶୁକ୍ରବାର ଦିନ ଆମେରିକାର ବାଗଦାଦରେ ଡ୍ରୋନ୍ ଆକ୍ରମଣରେ ପ୍ରମୁଖ କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ହୋଇଥିଲା । ଏହାପରେ ଆମେରିକା ଏବଂ ଇରାନ୍ ମଧ୍ୟରେ ତିକ୍ତତା ବଢିଯାଇଛି । ଏହାପରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆକ୍ରମଣ, ପାଲଟା ଆକ୍ରମଣ ଜାରି ରହିଛି । ଇରାନ୍ ମଧ୍ୟ ପ୍ରତିଶୋଧ ନେବା ପାଇଁ ଧମକ ଦେଇଥିଲା । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି କହିଥିଲେ ଯେ, ଏହାର ପରିଣାମ ଭୟଙ୍କର ହେବ । ସୁଲେମାନୀ ହତ୍ୟାର ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ୍ ଏହି ଅପରେସନର ନାଁ ଦେଇଛି “Martyr Soleimani.” ।

ଏପଟେ ବାୟୁସେନା ଘାଟିରେ ଆକ୍ରମଣ ହୋଇଥିବା ଆମେରିକା ଅଧିକାରୀ ସ୍ବୀକାର କରିଛନ୍ତି। ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।
#WATCH: Iran launched over a dozen ballistic missiles at 5:30 p.m. (EST) on January 7 and targeted at least two Iraqi military bases hosting US military and coalition personnel at Al-Assad and Irbil, in Iraq. pic.twitter.com/xQkf9lG6AP
— ANI (@ANI) January 8, 2020