Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଆମେରିକା ଉପରେ ଇରାନର ଜୋରଦାର ଆକ୍ରମଣ, ଏକସାଙ୍ଗରେ ଦାଗିଲା ୪ ରକେଟ୍

12/01/2020 at 10:03 PM

ନୂଆଦିଲ୍ଲୀ, ୧୨|୧:  ସାରା ଦୁନିଆର ନଜର ଏବେ ଇରାନ ଉପରେ ରହିଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଘନେଇଥିବା ବେଳେ ଇରାନ ଇରାକ୍‌ରେ ଅବସ୍ଥାପିତ ଆମେରିକା ଓ ମେଣ୍ଟ ସୈନ୍ୟ ଠିକଣାକୁ ବାରମ୍ବାର ଟାର୍ଗେଟ୍ କରୁଛି। ଏହି କ୍ରମରେ ଇରାନ ରବିବାର ଉତ୍ତର ଇରାକ୍‌ସ୍ଥିତ ଆମେରିକୀୟ ଏୟାରବେସ୍‌କୁ ଲାଗ୍ ଲାଗ୍ ୪ଟି ରକେଟ୍ ମାଡ କରିଥିବା ଜଣାପଡିଛି।  

ଇରାକ୍ ସ୍ଥିତ ଆମେରିକୀୟ ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ ନେଇ ଇରାନ ସରକାରୀ ଟେଲିଭିଜନ ପ୍ରେସ୍ ଟିଭି ସୂତ୍ରରୁ ଅହି ଆକ୍ରମଣ ସୂଚନା ମିଳିଛି। ସୂଚନା ଅନୁସାରେ ଇରାନର ଏହି ଆକ୍ରମଣ ଯୋଗୁ ୪ ଜଣ ଆହତ ହୋଇଛନ୍ତି। ତେବେ ଆମେରିକୀୟ ସୈନ୍ୟ ଠିକଣାମାନଙ୍କ ଉପରକୁ ୭ଟି ମୋର୍ଟାର ମାଡ କରିଥିବା ସୂଚିତ କରିଛି। ତେବେ ଇରାନ ରିଭଲ୍ୟୁସନାରୀ ଗାର୍ଡ ଏହା ଦ୍ୱାରା କୌଣସି ଆମେରିକୀୟ ସୈନ୍ୟକୁ ହତ୍ୟା କରିବା ଇରାନର ଉଦ୍ଦଶ୍ୟ ନୁହେଁ ବୋଲି କୁହାଯାଇଛି। ତେବେ ଆମେରିକା ବିରୋଧରେ ଇରାନର ଉତ୍ତେଜନା ଏବେବି ପ୍ରଶମିତ ହୋଇନଥିବା ଜଣାଇବାକୁ ଏହି ମୋର୍ଟାର ସେଲ ମାଡ କରି ଜଣାଇ ଦିଆଯାଇଛି ବୋଲି ସୂଚିତ କରାଯାଇଛି।

   Related Posts