ଇରାନକୁ ଚାରିପଟୁ ଘେରିଛି ଆମେରିକୀୟ ବାୟୁସେନା, ୧୧ଦେଶର ଏୟାରବେସରେ ୩୩ହଜାର ସୈନ୍ୟ : ଯୁଦ୍ଧ ବେଶୀ ଦିନ କରିପାରିବନି ତେହରାନ

Published By : Prameya-News7 Bureau | January 10, 2020 IST

ତେହେରାନ ୧୦/୧: ଆମେରିକୀୟଙ୍କ ଡ୍ରୋନ୍ ମାଡ଼ରେ ଇରାନର ସର୍ବୋଚ୍ଚ କମାଣ୍ଡର ମେଜର ଜେନେରାଲ୍ କାସିମ୍ ସୁଲେମାନୀଙ୍କ ମୃତ୍ୟୁ ଘଟଣାରେ ଇରାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି କିନ୍ତୁ ଭୂମି ଅବସ୍ଥା ଇରାନଙ୍କ ପକ୍ଷରେ ଦେଖାଯାଉନାହିଁ। ଇରାନର ଦକ୍ଷିଣ ଭାଗରେ ତୁର୍କି ସମେତ ୧୧ଟି ଦେଶରେ ଆମେରିକୀୟ ସେନାଙ୍କ ଉପସ୍ଥିତି ରହିଛି।

ଦକ୍ଷିଣ ଭାଗରେ ଇରାନ ଆମେରିକୀୟ ଫୋର୍ସଙ୍କ ଦ୍ବାରା ପୂରାପୂରି ଘେରି ରହିଛି ଏବଂ ଉତ୍ତର ଭାଗରେ ଆଫଗାନିସ୍ତାନରେ ୧୪୦୦୦ ଆମେରିକୀୟ ସୈନିକଙ୍କ ସହ ଏକ ବାୟୁସେନା ବେସ୍ ରହିଛି।

ତୁର୍କିରେ ୨୫୦୦ ସୈନିକ ଏବଂ ଏକ ବାୟୁସେନା ଆଡ୍ଡା,ଇରାକରେ ୬୦୦୦ସୈନିକ,୩ ବାୟୁସେନା ଆଡ୍ଡା,ଜୋର୍ଡ଼ାନରେ ୩୦୦୦ସୈନିକ,ଦୁଇଟି ବାୟୁସେନା ଆଡ୍ଡା,ୟୁଏଇରେ ୫୦୦୦ସୈନିକ,ଏକ ବାୟୁସେନା ଆଡ୍ଡା,ସାଉଦି ଆରବରେ ୩୦୦୦ସୈନିକ,ଏକ ବାୟୁସେନା ଆଡ୍ଡା ଏବଂ ଓମାନରେ ୬୦୬ସୈନିକ,ଦୁଇଟି ବାୟୁ ସେନା ଆଡ୍ଡା ସକ୍ରିୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.